ଆକ୍ସନ ମୋଡ୍‌ରେ ଓମାର ଅବଦୁଲ୍ଲା: ପ୍ରଥମ କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଓମାର ଅବଦୁଲ୍ଲା ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଜମ୍ମୁ କଶ୍ମୀରର ଭବିଷ୍ୟତ ଉପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ଜମ୍ମୁ କଶ୍ମୀର କ୍ୟାବିନେଟ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଏକ ସଂକଳ୍ପ ପାରିତ କରିଛି। କିନ୍ତୁ ଧାରା ୩୭୦ ଏବଂ ୩୫ଏର ରାଜନୈତିକ ବିବାଦୀୟ ପ୍ରସଙ୍ଗ ଏଥିରେ ନାହିଁ। ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ କ୍ୟାବିନେଟ୍‌ରେ ଜମ୍ମୁ କଶ୍ମୀର କ୍ୟାବିନେଟ […] The post ଆକ୍ସନ ମୋଡ୍‌ରେ ଓମାର ଅବଦୁଲ୍ଲା: ପ୍ରଥମ କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି appeared first on Dharitri Odia News.

ଆକ୍ସନ ମୋଡ୍‌ରେ ଓମାର ଅବଦୁଲ୍ଲା: ପ୍ରଥମ କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଓମାର ଅବଦୁଲ୍ଲା ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଜମ୍ମୁ କଶ୍ମୀରର ଭବିଷ୍ୟତ ଉପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ଜମ୍ମୁ କଶ୍ମୀର କ୍ୟାବିନେଟ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଏକ ସଂକଳ୍ପ ପାରିତ କରିଛି। କିନ୍ତୁ ଧାରା ୩୭୦ ଏବଂ ୩୫ଏର ରାଜନୈତିକ ବିବାଦୀୟ ପ୍ରସଙ୍ଗ ଏଥିରେ ନାହିଁ।
ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ କ୍ୟାବିନେଟ୍‌ରେ ଜମ୍ମୁ କଶ୍ମୀର କ୍ୟାବିନେଟ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତାଫେରାଇ ଆଣିବାକୁ ଅନୁରୋଧ କରିଛି। ସୂଚନାନୁସାରେ, ପ୍ରସ୍ତାବର ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ମୁଖ୍ୟମନ୍ତ୍ରୀ କିଛି ଦିନ ମଧ୍ୟରେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପ୍ରସ୍ତାବର ଡ୍ରାଫ୍ଟ ଦାଖଲ କରିବେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏବଂ ମନ୍ତ୍ରୀ ସାକିନା ମାସୁଦ ଇଟୁ, ଜାଭେଦ ଅହମ୍ମଦ ରାଣା, ଜାଭେଦ ଅହମ୍ମଦ ଦାର ଏବଂ ସତୀଶ ଶର୍ମା ଉପସ୍ଥିତ ଥିଲେ।

The post ଆକ୍ସନ ମୋଡ୍‌ରେ ଓମାର ଅବଦୁଲ୍ଲା: ପ୍ରଥମ କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି appeared first on Dharitri Odia News.