ମହାକୁମ୍ଭରୁ ଫେରୁଥିବା ବସ୍‌ରେ ନିଆଁଲାଗି ଜଣେ ମୃତ

ଆଗ୍ରା: ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇ ରାଜସ୍ଥାନର ନାଗୌର ଫେରୁଥିବା ରାସ୍ତାରେ ଆଗ୍ରାଠାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁଲାଗି ଜ‌ଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ରେ ଥିବା ଅନ୍ୟ ୫୧ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଟି ଏସ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଫିରୋଜାବାଦ୍‌ ଜିଲ୍ଲାରେ ମୁରସେନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରୁ ଧୂଆଁ ବାହାରୁଥିବା ନେଇ ଯାତ୍ରୀମାନେ ବସ୍‌ଚାଳକଙ୍କୁ ସତର୍କ କରିଥିଲେ। ବସ୍‌ଚାଳକ ତୁରନ୍ତ ବସ୍‌ ଅଟକାଇ କ’ଣ ଘଟିଛି ଯାଞ୍ଚ […]

ମହାକୁମ୍ଭରୁ ଫେରୁଥିବା ବସ୍‌ରେ ନିଆଁଲାଗି ଜଣେ ମୃତ

ଆଗ୍ରା: ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇ ରାଜସ୍ଥାନର ନାଗୌର ଫେରୁଥିବା ରାସ୍ତାରେ ଆଗ୍ରାଠାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁଲାଗି ଜ‌ଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ରେ ଥିବା ଅନ୍ୟ ୫୧ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଟି ଏସ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଫିରୋଜାବାଦ୍‌ ଜିଲ୍ଲାରେ ମୁରସେନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରୁ ଧୂଆଁ ବାହାରୁଥିବା ନେଇ ଯାତ୍ରୀମାନେ ବସ୍‌ଚାଳକଙ୍କୁ ସତର୍କ କରିଥିଲେ। ବସ୍‌ଚାଳକ ତୁରନ୍ତ ବସ୍‌ ଅଟକାଇ କ’ଣ ଘଟିଛି ଯାଞ୍ଚ କରିବା ସମୟରେ ସମ୍ମୁଖ ଭାଗରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବସ୍‌ରେ ଥିବା ୫୧ ଜଣ ଯାତ୍ରୀ ତୁରନ୍ତ ବାହାରି ଆସିବାରେ ସକ୍ଷମ ହୋଇଥିଲେ। ତେବେ ଶୋଇଥିବା ଅବସ୍ଥାରେ ପବନ ଶର୍ମା (୩୧)ଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସେ ବସ୍‌ରୁ ବାହାରି ପାରିନଥିଲେ ଓ ସେଠାରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।