ପ୍ରବଳ ବର୍ଷା ଯୋଗୁଁ ସ୍ପେନ୍ରେ ଆକସ୍ମିକ ବନ୍ୟା, ୨୧୪ ମୃତ
ଭାଲନେସିଆ: ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ପ୍ରଭାବରେ ସ୍ପେନ୍ର ଅନେକ ସହରାଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କେବଳ ଏହାନୁହେଁ ଏହି ବନ୍ୟାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ପେଦ୍ରୋ ସାନ୍ଚେଜ୍ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ୍ ସାମ୍ନା କରିଛି। ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆକସ୍କିକ ବନ୍ୟା […]

ଭାଲନେସିଆ: ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ପ୍ରଭାବରେ ସ୍ପେନ୍ର ଅନେକ ସହରାଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କେବଳ ଏହାନୁହେଁ ଏହି ବନ୍ୟାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ପେଦ୍ରୋ ସାନ୍ଚେଜ୍ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ୍ ସାମ୍ନା କରିଛି। ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆକସ୍କିକ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ ଭାଲନେସିଆର ପୂର୍ବାଞ୍ଚଳ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧ ବ୍ୟତିରେକ ସାଧାରଣ ସମୟରେ ଦେଶରେ ସର୍ବାଧିକ ସେନା ମୁତୟନ କରାଯାଇଛି। ଖୋଜ ଓ ସଫେଇ କାର୍ଯ୍ୟରେ ୨୫ଶହ ସେନା ମୁତୟନ ଅଛନ୍ତି। ଉଦ୍ଧାର ଓ ରିଲିଫ୍ ନିମନ୍ତେ ୫ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ। ଭାଲନେସିଆରେ ୨୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆ ଲା ମାନ୍ଚା ଓ ଅଣ୍ଡାଲୁସିଆରେ ୩ଜଣଙ୍କ ମୃତ୍ୟୁଘଟିଛି। ସ୍ପେନ୍ରେ ସୃଷ୍ଟି ହୋଇଥିବା ଏହି ଆକସ୍ମିକ ବନ୍ୟା କେବଳ ଦେଶର ନୁହେଁ ଗତ ୪ ବର୍ଷ ମଧ୍ୟରେ ସମଗ୍ର ଇଉରୋପର ଅନ୍ୟତମ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଅଟେ। ୧୯୬୭ରେ ପର୍ତ୍ତୁଗାଲ୍ରେ ହୋଇଥିବା ବନ୍ୟାରେ ୫ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା।