ନିର୍ବାଚନୀ ବଣ୍ଡ୍ ଆଳରେ ରାଜନୈତିକ ଦଳଙ୍କୁ ଚାନ୍ଦା, ବିଜେପିକୁ ସର୍ବାଧିକ ୧୭୦୦ କୋଟି
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ବାଚନୀ ବଣ୍ଡ ଯୋଗୁଁ ବିଜେପି ସର୍ବାଧିକ ଆୟ କରିବାରେ ସମର୍ଥ ହୋଇଛି। ଗୋଟିଏ ବର୍ଷରେ ଭାରତୀୟ ଜନତା ପାର୍ଟିର ଆୟ ୧୯୮୧ କୋଟି ଟଙ୍କା ବଢ଼ିଥିବା ବେଳେ ସେଥିମଧ୍ୟରୁ କେବଳ ନିର୍ବାଚନୀ ବଣ୍ଡ ଜରିଆରେ ମିଳିଛି ୧୭୦୦ କୋଟି ଟଙ୍କା। ଉଭୟ ବାର୍ଷିକ ଆୟ ବୃଦ୍ଧି ଏବଂ ନିର୍ବାଚନୀ ବଣ୍ଡ ଜରିଆରେ ପାଣ୍ଠି ସଂଗ୍ରହରେ ଏହା ହେଉଛି ସର୍ବକାଳୀନ ରେକର୍ଡ। ଏହି ରେକର୍ଡ ଅନ୍ୟ କୌଣସି ରାଜନୈତିକ ଦଳ ଛୁଇଁ ପାରି ନାହାନ୍ତି। ବିଜେପି […]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ବାଚନୀ ବଣ୍ଡ ଯୋଗୁଁ ବିଜେପି ସର୍ବାଧିକ ଆୟ କରିବାରେ ସମର୍ଥ ହୋଇଛି। ଗୋଟିଏ ବର୍ଷରେ ଭାରତୀୟ ଜନତା ପାର୍ଟିର ଆୟ ୧୯୮୧ କୋଟି ଟଙ୍କା ବଢ଼ିଥିବା ବେଳେ ସେଥିମଧ୍ୟରୁ କେବଳ ନିର୍ବାଚନୀ ବଣ୍ଡ ଜରିଆରେ ମିଳିଛି ୧୭୦୦ କୋଟି ଟଙ୍କା। ଉଭୟ ବାର୍ଷିକ ଆୟ ବୃଦ୍ଧି ଏବଂ ନିର୍ବାଚନୀ ବଣ୍ଡ ଜରିଆରେ ପାଣ୍ଠି ସଂଗ୍ରହରେ ଏହା ହେଉଛି ସର୍ବକାଳୀନ ରେକର୍ଡ। ଏହି ରେକର୍ଡ ଅନ୍ୟ କୌଣସି ରାଜନୈତିକ ଦଳ ଛୁଇଁ ପାରି ନାହାନ୍ତି। ବିଜେପି ପକ୍ଷରୁ ନିର୍ବାଚନ କମିସନରେ ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏଥିରେ ଦର୍ଶାଯାଇଛି ଯେ ୨୦୨୨-୨୦୨୩େର ପାର୍ଟି ଆୟ ୨୩୬୦.୮ କୋଟି ଥିବାବେଳେ ୨୦୨୩-୨୪ରେ ଏହା ୪୩୪୦.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଏହି ସମୟ ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ମଧ୍ୟ ଆୟ ବୃଦ୍ଧି ପାଇଛି। ୨୦୨୨-୨୩ରେ ଏହାର ଆୟ ୪୫୨.୪ କୋଟି ଟଙ୍କା ଥିବା ବେଳେ ୨୦୨୪ରେ ଏହା ୧୨୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ ଏହାର ବାର୍ଷିକ ଆୟରେ ୭୭୩ କୋଟି ଟଙ୍କାର ବୃଦ୍ଧି ଘଟିଛି; ଯାହାକି ବିଜେପି ଠାରୁ ବହୁ ପଛରେ। ନିର୍ବାଚନୀ ବଣ୍ଡ ଜରିଆର ଏହି ଦଳକୁ ମିଳିଛି ୬୫୭ କୋଟି ଟଙ୍କା। ପୂର୍ବବର୍ଷ ଦଳକୁ ବଣ୍ଡ୍ ଜରିଆର ୧୭୧ କୋଟି ଟଙ୍କା ମିଳିଥିବା ବେଳେ ୨୦୨୩-୨୪ରେ ମିଳିଛି ୮୨୮ କୋଟି ଟଙ୍କା। ସୂଚନାଯୋଗ୍ୟ ଯେ ଗତବର୍ଷ ଫେବୃଆରୀରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍କୁ ବେଆଇନ ଓ ଅସାମ୍ବିଧାନିକ େଘାଷଣା କରିଥିଲେ। ୨୦୧୮ରେ ଆରମ୍ଭ ହୋଇଥିବା ଏହି ସ୍କିମ୍ ଯୋଗୁଁ ବଡ଼ ଧରଣର ଦୁର୍ନୀତି ହେଉଥିଲା ବୋଲି ବିିଭିନ୍ନ ସଂଗଠନ ଅଭିଯୋଗ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଦଳମାନଙ୍କ ଆୟ ବିଶେଷତଃ ନିର୍ବାଚନୀ ବଣ୍ଡ୍ ଯୋଗୁଁ ବୃଦ୍ଧି ପାଇଥିଲା। ୨୦୨୪ ଏପ୍ରିଲରୁ ଜୁନ୍ ମଧ୍ୟରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଏନ୍ଡିଏ ମେଣ୍ଟ କ୍ରମାଗତ ତୃତୀୟ ଥର ଲାଗି କ୍ଷମତାସୀନ ହୋଇଥିଲା।
ବିଜେପି ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଦଳର ନିଜସ୍ବ ସ୍କିମ୍ ଆଜୀବନ ସହଯୋଗ ନିଧି ଜରିଆରେ ପାର୍ଟିକୁ ୨୩୬ କୋଟି ଟଙ୍କା ମିଳିଥିବା ବେଳେ ଅନ୍ୟାନ୍ୟ ସୂତ୍ରରୁ ମିଳିଥିଲା ୨ହଜାର ୪୨ କୋଟି ଟଙ୍କା। ଲୋକମାନଙ୍କଠାରୁ ଚାନ୍ଦା ଆକାରରେ ୨୪୦ କୋଟି ଟଙ୍କା ଆସିଥିବା ବେଳେ ବଡ଼ ବଡ଼ କଂପାନୀ ଦେଇଥିଲେ ୧୮୯୦ କୋଟି ଟଙ୍କା। କେତେକ ସଂସ୍ଥା ଦେଇଥିଲେ ୧୦୧ କୋଟି ଟଙ୍କା। ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ବିଜେପି ହାତରେ ୧୦୯ କୋଟି ନଗଦ ଥିବାବେଳେ ବ୍ୟାଙ୍କ ବାଲାନ୍ସ ଥିଲା ୧୬୨୭ କୋଟି ଟଙ୍କା। ୫୩୭୭ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ଥିଲା।
କଂଗ୍ରେସର ମୋଟ୍ ଆୟ ମଧ୍ୟରୁ ୧୭୦ କୋଟି ବିଭିନ୍ନ କର୍ପୋରେଟ୍ ସଂସ୍ଥା ଦେଇଥିବା ବେଳେ ଟ୍ରଷ୍ଟ ଜରିଆରେ ୬.୪ କୋଟି ଏବଂ ବଣ୍ଡ ଜରିଆର ମିଳିଥିଲା ୮୨୮ କୋଟି ଟଙ୍କା। ବିିଭିନ୍ନ ବ୍ୟକ୍ତି ବିଶେଷ ୧୧୩ କୋଟି େଦଇଥିବା ବେଳେ ଅନ୍ୟାନ୍ୟ ସୂତ୍ରରୁ ଆସିଥିଲା ୧୨ କୋଟି ଟଙ୍କା।
ସେହିଭଳି ଏହି ନିର୍ବାଚନ ବର୍ଷରେ ବିଜେପି ଖର୍ଚ୍ଚ କରିଛି ୨୨୧୧.୭ କୋଟି ଟଙ୍କା, ଯାହକି ୨୦୨୨-୨୩ ତୁଳନାରରେ ୬୨ ଭାଗ ଅଧିକ। ପୂର୍ବବର୍ଷ ଦଳ ୧୩୬୧.୭କୋଟି ଟଙ୍କା ଖର୍ଚ୍ଚ କରିଥିଲା। ନିର୍ବାଚନ ବର୍ଷରେ ମୋଟ୍ ବ୍ୟୟ ମଧ୍ୟରୁ ୧୭୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ନିର୍ବାଚନ ବାବଦରେ। ବିଜ୍ଞାପନ ଓ ପ୍ରଚାର ପାଇଁ ୧୧୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୯୭ କୋଟି ଟଙ୍କା ଗସ୍ତ ଖର୍ଚ୍ଚରେ ଲାଗିଥିଲା। ଦଳୀୟ ପ୍ରାର୍ଥୀମାନଙ୍କୁ ୧୯୧ କୋଟିର ଆର୍ଥିକ ସହାୟତା ଦିଆଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।
ସେହିଭଳି ଏହି ନିର୍ବାଚନ ବର୍ଷ (୨୦୨୪)ରେ କଂଗ୍ରେସ ଖର୍ଚ୍ଚ କରିଥିଲା ୧୦୨୫ କୋଟି ଟଙ୍କା। ଗତବର୍ଷ ତୁଳନାରେ ଏହାଥିଲା ୧୨୦ ପ୍ରତିଶ୍ରତ ବୃଦ୍ଧି। ଅର୍ଥାତ ଦଳ ଖର୍ଚ୍ଚ କରିଥିଲା ୫୫୮ କୋଟି ଟଙ୍କା। ସେଥିମଧ୍ୟରୁ କେବଳ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ପାଇଁ ଖର୍ଚ୍ଚୋ ହୋଇଥିଲା ୪୯.୬ କୋଟି ଟଙ୍କା। ନିର୍ବାଚନ ପୂର୍ବ ସର୍ଭେ ପାଇଁଦଳ ଖର୍ଚ୍ଚ କରିଥିଲା ୫ କୋଟି ଟଙ୍କା।