ବିଜେପିରେ ସାମିଲ ହେଲେ ହେମନ୍ତ ଶର୍ମାଙ୍କ ଭାଉଜ, ଦୁମକାରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ
ରାଞ୍ଚି: ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି।ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ବିଧାୟକ ସୀତା ସୋରେନ ବିଜେପିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଜେଏମଏମର ସବୁ ପଦ ଏବଂ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ସେ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାଓ୍ବଡେ ଏବଂ ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।ତେବେ ସୀତା ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜେଏମଏମ ପାଇଁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି। ସୀତା ସୋରେନ ଜେଏମଏମର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନଙ୍କ ପୁଅ ଦିବଙ୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ। ସେ ଜେଏମଏମ ଟିକେଟ୍ରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।ସେ କେନ୍ଦ୍ରୀୟ ମହାସଚିବ ପଦ ସମ୍ଭାଳୁଥିଲେ। ସୀତା ସୋରେନ ଜେଏମଏମର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ନେଇ ଏକ ପତ୍ର ପାର୍ଟୀ ସୁପ୍ରିମୋ ଶିବୁ ସୋରେନଙ୍କୁ ପଠାଇଥିଲେ।କୁହାଯାଉଛି, ସୀତା ସୋରେନ, ଚମ୍ପାଇ ସୋରେନ ସରକାରରେ ମନ୍ତ୍ରୀ ନହେବା କାରଣରୁ ଅସନ୍ତୁଷ୍ଟ ଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା।ସୀତା ସୋରେନ ଜେଏମଏମ ଅଧ୍ୟକ୍ଷଙ୍କ ଶିବୁ ସୋରେନଙ୍କ ଲେଖିଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘‘ ତାଙ୍କୁ ଦଳରେ ଅଣଦେଖା
ରାଞ୍ଚି: ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି।ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ବିଧାୟକ ସୀତା ସୋରେନ ବିଜେପିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଜେଏମଏମର ସବୁ ପଦ ଏବଂ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ସେ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାଓ୍ବଡେ ଏବଂ ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।ତେବେ ସୀତା ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜେଏମଏମ ପାଇଁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି।
ସୀତା ସୋରେନ ଜେଏମଏମର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନଙ୍କ ପୁଅ ଦିବଙ୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ। ସେ ଜେଏମଏମ ଟିକେଟ୍ରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।ସେ କେନ୍ଦ୍ରୀୟ ମହାସଚିବ ପଦ ସମ୍ଭାଳୁଥିଲେ। ସୀତା ସୋରେନ ଜେଏମଏମର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ନେଇ ଏକ ପତ୍ର ପାର୍ଟୀ ସୁପ୍ରିମୋ ଶିବୁ ସୋରେନଙ୍କୁ ପଠାଇଥିଲେ।କୁହାଯାଉଛି, ସୀତା ସୋରେନ, ଚମ୍ପାଇ ସୋରେନ ସରକାରରେ ମନ୍ତ୍ରୀ ନହେବା କାରଣରୁ ଅସନ୍ତୁଷ୍ଟ ଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା।
ସୀତା ସୋରେନ ଜେଏମଏମ ଅଧ୍ୟକ୍ଷଙ୍କ ଶିବୁ ସୋରେନଙ୍କ ଲେଖିଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘‘ ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା। ଯାହା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଭାବୁଥିଲେ ଏହା ସମୟକ୍ରମେ ସ୍ଥିତିରେ ସୁଧାର ହୋଇଯିବ। କିନ୍ତୁ ଦୁଃଖର ବିଷୟ ଏଭଳି ହୋଇନଥିଲା।ମୋର ସ୍ବର୍ଗତ ସ୍ବାମୀ ନିଜ ତ୍ୟାଗ ସମର୍ପଣ ଏବଂ ନେତୃତ୍ବ କ୍ଷମତା ବଳରେ ଜେଏମଏମକୁ ଏକ ମହାନ ପାର୍ଟୀ କରିଥିଲେ, ଆଜି ଜେଏମଏମ ସେଭଳି ନାହିଁ।’’