ପିପିଲି ଓ ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ମହିଳାଙ୍କ ସମାବେଶରେ କମ୍ପିଲା ପଦା ପଡ଼ିଆ

ପିପିଲି :  ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ପ୍ରଚାରରେ କମମ୍ପୁଛି ଗାଁ ଠୁ ସହର। ସବୁଠି ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ଗୁଞ୍ଜରିତ ହେଉଛି। ମିଶନ ଶକ୍ତି ମା’ ଙ୍କ ଠାରୁ ଆରମ୍ଭ କରି ଚାଷୀ ଭାଇ ପର୍ଯ୍ୟନ୍ତ ସମସ୍ତେ ନବୀନ ସରକାର ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି। ବିକାଶର ଅନ୍ୟନାମ ନବୀନ। ବିଜେଡି ସରାକାର ନବୀନ ବାବୁଙ୍କ ଗ୍ୟାରେଂଟି 5T। ୫ଟି  ମାଧ୍ୟମରେ ଆଜି […]

ପିପିଲି ଓ ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ମହିଳାଙ୍କ ସମାବେଶରେ କମ୍ପିଲା ପଦା ପଡ଼ିଆ
Election campaign of Kartik Pandian in Pipili and Delang

ପିପିଲି :  ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ପ୍ରଚାରରେ କମମ୍ପୁଛି ଗାଁ ଠୁ ସହର। ସବୁଠି ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ଗୁଞ୍ଜରିତ ହେଉଛି। ମିଶନ ଶକ୍ତି ମା’ ଙ୍କ ଠାରୁ ଆରମ୍ଭ କରି ଚାଷୀ ଭାଇ ପର୍ଯ୍ୟନ୍ତ ସମସ୍ତେ ନବୀନ ସରକାର ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି। ବିକାଶର ଅନ୍ୟନାମ ନବୀନ। ବିଜେଡି ସରାକାର ନବୀନ ବାବୁଙ୍କ ଗ୍ୟାରେଂଟି 5T। ୫ଟି  ମାଧ୍ୟମରେ ଆଜି ସବୁଠି ବିକାଶର ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ନବୀନ ଓଡ଼ିଶା ସବୁଠୁ ଆଗରେ। ବିକାଶ ଯେତିକି ହୋଇଛି ତାହା ଠାରୁ ଅଧିକ ବିକାଶ ହେବା ପାଇଁ ପୁନର୍ବାର ଡ଼ବଲ ଇଂଜିନ ଭୋଟ ଦେବା ଦରକାର। ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୟୀ କରାଇବା ପାଇଁ ଆଜି ପିପିଲି ପଦା ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଜେଡ଼ି ନେତା କାର୍ତିକ ପାଣ୍ଡିଆନ କହିଛନ୍ତି।

WhatsApp Image 2024 05 18 at 17.16.05 9f38999a scaled

ପିପିଲି ଡେ଼ଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି କର୍ମୀ ସମ୍ମିଳନରେ ତଥା ନିର୍ବାଚନୀ ସଭାରେ କାର୍ତିକ ପାଣ୍ଡିଆନ ଯୋଗ ଦେଇ ବିରୋଧି ଉପରେ ବର୍ଷିଥିଲେ। ବିଜେପି ପିକନିକ୍‌ କରିବା ପାଇଁ ପୁରୀ ଆସିଛନ୍ତି। ଟୁରିଷ୍ଟ ଭାବରେ ପୁରୀ ସହର ପରିକ୍ରମା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଫେରିଯିବେ। ତାଙ୍କ ଉପରେ ଜମାରୁ ଭରଷା କରିବେ ନାହିଁ। ନବୀନ ବାବୁ ଆପଣଙ୍କ ସହିତ ସବୁବେଳେ ରହିଛନ୍ତି ଆଗକୁ ମଧ୍ୟ ସବୁବେଳେ ରହିବେ। ଆସନ୍ତା ନିର୍ବାଚନରେ ଆପଣମାନେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଲେ ଆମ ନବୀନ ବାବୁ ସରକାର ଗଠନ କରିବେ ଆପଣମାନଙ୍କୁ ପ୍ରଥମ ଉପହାର ବାବଦ ବିଦ୍ୟୁତ ବିଲ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଦସ୍ତଖତ କରିବେ। ଏହାସହିତ ପିପିଲିରେ ଲୋ-ଭୋଲଟେଜର ସମସ୍ୟା ଦୀର୍ଘ ଦିନ ଧରି ରହିଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ସହଯୋଗରେ ସୁଧାର ଅଣାଯାଇ ସମସ୍ୟାକୁ ଦୁର କରାଯାଇପାରିଛି। ପିପିଲିର ଚାନ୍ଦୁଆକୁ ଉନ୍ନତି କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ଏହାକୁ ବିଶ୍ୱ ସ୍ତରୀୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥା କରିସାରିଛନ୍ତି।

WhatsApp Image 2024 05 18 at 17.16.09 8ebfdbcd scaled

ଆଜି ଐତିହ୍ୟ ସମ୍ପନ୍ନ ଦାଣ୍ଡମୁକୁନ୍ଦପୁର ଗୋପାଳଜିଉ ମନ୍ଦିରର ଉନ୍ନତି କରଣ ଆରମ୍ଭ ହୋଇଛି। ନିଜିଗଡ଼ ଗୁରଖି ପାହାଡ଼ ଉପରେ ଥିବା କୁରଖେଶ୍ୱରଙ୍କ ପୀଠର ଉନ୍ନତି କରଣ। ଡେ଼ଲାଙ୍ଗ ବିଶ୍ୱନାଥ ପାହାଡ଼ ଉପରେ ପୂଜା ପାଉଥିବା ବିଶ୍ୱନାଥ ଦେବ ଙ୍କ ପୀଠର କାମ ଚାଲୁଅଛି। ଡେ଼ଲାଙ୍ଗର ପରିଚୟ ବେନୁପଡ଼ା ଗାଦି ର ଉନ୍ନତି କରଣ କାଯ୍ୟ ଆଜି ଜୋରଦାର ଆଗେଇ ଚାଲିଛି ଏହା କେବଳ ସମ୍ଭବ ହୋଇ ପାରିଛି ମୁଖ୍ୟମନ୍ତ୍ରୀଙ୍କ ପାଇଁ। ଏହି କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ହେଲେ ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଜିତିଇବାକୁ ପଡ଼ିବ। ଆସନ୍ତା ନିର୍ବାଚନରେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଉପସ୍ଥିତ ମା’ମାନଙ୍କୁ ବିଜେଡ଼ି ନେତା କାର୍ତିକ ପାଣ୍ଡିଆନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଯୋଗ ଦେଇ ବନ୍ୟା ହେଉ କି ବାତ୍ୟା ଅଥବା କୋଭିଡ଼ ସମୟରେ ଜଣେ ହେଲେ ବି ବିଜେପି ନେତାଙ୍କର ଦେଖା ମିଳି ନ ଥିଲା। ବିଜେପି ମିଛ କହିବା ଜାଣିଛି। ବିଜେଡ଼ି ହେଉଛି ଲୋକମାନଙ୍କ ଦଳ। ପ୍ରତ୍ୟେକ ସମୟରେ ଲୋକମାନଙ୍କ ସହିତ ବିଜେଡ଼ି ରହିଛି। ଏଥର ମଧ୍ୟ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରାଇବେ। ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥିଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦଦନ କରିଥିଲେ।

WhatsApp Image 2024 05 18 at 17.16.11 192ed68f

ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ମାଟିର ପୁଅ। ମାଟିର ପୁଅ କୁ ଭୋଟ ଦେବା ସହିତ ବିଜୟୀ କରାଇବା ପାଇଁ ଆର୍ଶିବାଦ କାମନା କରିଥିଲେ ଅରୁପ। ଅନ୍ୟମାନଙ୍କ ତେବେ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ଧର୍ମପତ୍ନୀ ଜାଗୃତି ମହାରଥୀ ବ୍ଲକ ଅଧ୍ୟକ୍ଷ ଦେବସ୍ୱିନୀ ନନ୍ଦ ଉପାଧ୍ୟକ୍ଷ ପ୍ରଫୁଲ ସ୍ୱାଇଁ ପୂର୍ବତନ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଡେ଼ଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ପୂର୍ବତନ ଅଧ୍ୟକ୍ଷ ବୈରାଗୀ ଜେନା ବିଜେଡ଼ି ନେତା ଦେବାଶିଷ ନନ୍ଦ ପର୍ଶୁରାମ ମହାପାତ୍ର ନବଘନ ପ୍ରଧାନ ମନୋଜ ଦାଶ ବିଶ୍ୱଜିତ ଦାଶ ମହିଳା ନେତ୍ରୀ ଝୁନାମଣି ମଲ୍ଲିକ ବିଜେଡ଼ି ମହିଳା ସଭାନେତ୍ରୀ ଜ୍ୟୋଷ୍ନାରାଣୀ ପୃଷ୍ଠି ନିରୁପମା ମହାପାତ୍ର ଉମାମଣି ରଥ ସତ୍ୟଭମା ଦାସ ସମିତି ସଭ୍ୟ ରଶ୍ମି ରଂଜନ ଭଟ୍ଟ ଯୁବ ନେତା ସୋମ୍ୟ ରଂଜନ ବେହେରା ପ୍ରମୁଖ ସହଯୋଗ କରିଥିବାବେଳେ ପନ୍ଦର ହଜାରରୁ ଉଦ୍ଧ୍ୱର୍ ମହିଳା ଏବଂ ପୁରୁଷ ମାନେ ଯୋଗ ଦେଇଥିଲେ।