ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ

ଚଣ୍ଡିଖୋଲ : ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ। ବିଜେପି ନେତା ହିମାଂଶୁ ଶେଖର ସାହୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ହିମାଂଶୁ ଶେଖର ସାହୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପସ୍ତୁତ କରିଥିଲେ ମଧ୍ୟ ବିଜେପି ତାଙ୍କୁ ଅଣଦେଖା କରିଥିଲା। ବିଜେପି ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା। ଯାହା ପରେ ହିମାଂଶୁଙ୍କ ସମର୍ଥକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ସ୍ମୃତିରେଖାଙ୍କ ବଦଳରେ ହିମାଂଶୁଙ୍କୁ […]

ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ
Himanshu Sekhar Sahoo

ଚଣ୍ଡିଖୋଲ : ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ। ବିଜେପି ନେତା ହିମାଂଶୁ ଶେଖର ସାହୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

f2af35d2 7192 4f8e 870c 228919719d95

ହିମାଂଶୁ ଶେଖର ସାହୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପସ୍ତୁତ କରିଥିଲେ ମଧ୍ୟ ବିଜେପି ତାଙ୍କୁ ଅଣଦେଖା କରିଥିଲା। ବିଜେପି ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା। ଯାହା ପରେ ହିମାଂଶୁଙ୍କ ସମର୍ଥକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ସ୍ମୃତିରେଖାଙ୍କ ବଦଳରେ ହିମାଂଶୁଙ୍କୁ ଟିକେଟ ପାଇଁ ସମର୍ଥକ ମାନେ ଅଡି ବସିଥିଲେ। ରାଜ୍ୟ ବିଜେପି ସଭାପତି ହିମାଂଶୁଙ୍କ ସମର୍ଥକଙ୍କୁ ଆଶ୍ବାସନା ଦେଇ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି କହିଥିଲେ। ହେଲେ କିଛି ହୋଇନଥିଲା। ଯାହା ପରେ ଗତକାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହିମାଂଶୁ। ଆଉ ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି।