Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ରାସ୍ତାରେ ବେଶ ଆରାମରେ ଗଡ଼ୁଥିବା ତାଙ୍କ କାର୍‌ର ଭିଡିଓକୁ ଦେଖିଲେ ଟେସ୍‌ଲା ପ୍ରମୁଖ ଏଲନ ମସ୍କ ପ୍ରଶଂସକ ସାଜିବେ ବୋଲି ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଭାଇରାଲ ଭିଡିଓରେ ଜଣେ ଯୁବକ ଦେଶୀ ସୋଲାର ଇଲେକ୍ଟ୍ରିକ […] The post Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ… appeared first on Dharitri Odia News.

Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…
ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ରାସ୍ତାରେ ବେଶ ଆରାମରେ ଗଡ଼ୁଥିବା ତାଙ୍କ କାର୍‌ର ଭିଡିଓକୁ ଦେଖିଲେ ଟେସ୍‌ଲା ପ୍ରମୁଖ ଏଲନ ମସ୍କ ପ୍ରଶଂସକ ସାଜିବେ ବୋଲି ଅନେକ ପ୍ରତିକ୍ରିୟା ଦେଉଛନ୍ତି।
ଭାଇରାଲ ଭିଡିଓରେ ଜଣେ ଯୁବକ ଦେଶୀ ସୋଲାର ଇଲେକ୍ଟ୍ରିକ କାର୍‌ରେ ବସିଥିବା ଦେଖାଯାଉଛି। ଏଥିରେ ୨ ଜଣ ବସିବା ଲାଗି ସିଟ୍‌ ସହ ଅନ୍ୟ ସୁବିଧା ରହିଛି। କାର୍‌ରେ ୩ ଚକ ରହିଛି। ଏହା ଉପରେ ସୋଲାର ପ୍ୟାନେଲ ଲଗାଯାଇଛି। ପଛରେ ଇଲେକ୍ଟ୍ରିକ କଣ୍ଟ୍ରୋଲ ସିଷ୍ଟମ ଲଗାଯାଇଛି। କାର୍‌ରେ ସମସ୍ତ କଣ୍ଟ୍ରୋଲ ଡ୍ରାଇଭରଙ୍କ ପାଖରେ ରହିଛି। ଦେଖିବାକୁ ଗାଡ଼ିଟି ବେଶ ସୁନ୍ଦର ଲାଗୁଥିବା ବେଳେ କିଛି ସେକେଣ୍ଡରେ ଏହା ଦ୍ରୁତ ଗତିରେ ଗଡ଼ୁଥିବା ନଜର ଆସୁଛି।
ଦେଖନ୍ତୁ ଭିଡିଓ: