ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…
କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ ଶୁକ୍ରବାର ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ। କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍ ପାସ୍ କରାଇବା ନେଇ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି […] The post ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ… appeared first on Dharitri Odia News.
କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ ଶୁକ୍ରବାର ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ।
କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍ ପାସ୍ କରାଇବା ନେଇ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍। ଦୁର୍ନୀତିରେ ଲିପ୍ତ ରହିଥିବା ସହକାରୀ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିବାବେଳେ ଲୁଚି ରହିଥିବା ୫ ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଗତ କିଛିଦିନ ହେବ ସହକାରୀ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ରହିଥିବା ବେଳେ ଜୟପୁର ଭିଜିଲାନ୍ସ ଏହାକୁ ନେଇ ଏକ ଟିମ୍ ଗଠନ କରି ଶୁକ୍ରବାର ପୂର୍ବାହ୍ନରେ କୁନ୍ଦୁରା ବ୍ଲକଠାରେ ରହିଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଟଙ୍କା ସହ ଧରିଛି।
The post ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ… appeared first on Dharitri Odia News.