ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ

ମାଲକାନଗିରି : ପୋଲିସ-ମାଓ ଗୁଳି ବିନିମୟରେ ୬ ନିହତ I ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଗତକାଲି ଠାରୁ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ଜଙ୍ଗଲରେ ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ କମ୍ବିଙ୍ଗ ଅପରେସନ ଆରମ୍ଭ ହୋଇଥିଲା। ମାଓବାଦୀ ମାନେ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ୩ […]

ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ

ମାଲକାନଗିରି : ପୋଲିସ-ମାଓ ଗୁଳି ବିନିମୟରେ ୬ ନିହତ I ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଗତକାଲି ଠାରୁ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ଜଙ୍ଗଲରେ ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ କମ୍ବିଙ୍ଗ ଅପରେସନ ଆରମ୍ଭ ହୋଇଥିଲା। ମାଓବାଦୀ ମାନେ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ୩ ଗ୍ରାମବାସୀଙ୍କୁ ହତ୍ୟା ପରେ ଅପରେସନ କୁ ଜୋରଦାର କରାଯାଇଥିଲା ।

ସୂଚନାନୁସାରେ, ଗତ ସପ୍ତାହେ ମଧ୍ୟରେ ନକ୍ସଲଙ୍କ ଦ୍ୱାରା ୩ ଗ୍ରାମବାସୀ ପ୍ରାଣ ହରାଇ ଥିଲେ I ଗତକାଲି ମାଓବାଦୀ ମାନେ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଜଙ୍ଗଲ ଭିତରେ କମ୍ବିଙ୍ଗ ଅପରେସନ କରାଯାଇଥିଲା I ଏହି ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେବାକୁ ଯବାନମାନେ ମଧ୍ୟ ଅପରେସନ ଆରମ୍ଭ କରିଥିଲେ । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିଲେ I ତେବେ ଜଙ୍ଗଲ ମଧ୍ୟରେ ଅଧିକ ନକ୍ସଲ ମୃତାହତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୁରକ୍ଷାକର୍ମୀଂକ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି I ଏହି ଏନକାଉଣ୍ଟର ବାସାଗୁଡା ପୁଲିସ ଷ୍ଟେସନ ଅଧୀନରେ ଥିବା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ହୋଇଥିଲା।