ମୁଁ ସଙ୍କଟ ସମୟରେ ମୋଦୀଙ୍କୁ ସହଯୋଗ କରିଥିଲି : ଶରଦ ପାୱାର

ମୁମ୍ବାଇ: ଗରିବଙ୍କ ଦୁଃଖ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ମୁଖ୍ୟ ଶରଦ ପାୱାରଙ୍କୁ କଡ଼ା ସମାଲୋଚନା କରିବାର ଦିନକ ପରେ ଆଜି ଶରଦ ପାୱାର ଏହାର ଜବାବ ଦେଇଛନ୍ତି। ଶରଦ ପାୱାର କହିଛନ୍ତି, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ସମୟରେ ତାଙ୍କ ରାଜ୍ୟରେ କୃଷି ସଙ୍କଟ ପାଇଁ ମୁଁ ସହଯୋଗ କରିଥିଲି। ୨୦୦୪ରୁ ୨୦୧୪ ମଧ୍ୟରେ ଶରଦ ପାୱାର କେନ୍ଦ୍ର କୃଷିମନ୍ତ୍ରୀ ଥିଲେ। ଏହି ସମୟରେ ଗୁଜରାଟରେ […]

ମୁଁ ସଙ୍କଟ ସମୟରେ ମୋଦୀଙ୍କୁ ସହଯୋଗ କରିଥିଲି : ଶରଦ ପାୱାର

ମୁମ୍ବାଇ: ଗରିବଙ୍କ ଦୁଃଖ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ମୁଖ୍ୟ ଶରଦ ପାୱାରଙ୍କୁ କଡ଼ା ସମାଲୋଚନା କରିବାର ଦିନକ ପରେ ଆଜି ଶରଦ ପାୱାର ଏହାର ଜବାବ ଦେଇଛନ୍ତି। ଶରଦ ପାୱାର କହିଛନ୍ତି, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ସମୟରେ ତାଙ୍କ ରାଜ୍ୟରେ କୃଷି ସଙ୍କଟ ପାଇଁ ମୁଁ ସହଯୋଗ କରିଥିଲି। ୨୦୦୪ରୁ ୨୦୧୪ ମଧ୍ୟରେ ଶରଦ ପାୱାର କେନ୍ଦ୍ର କୃଷିମନ୍ତ୍ରୀ ଥିଲେ। ଏହି ସମୟରେ ଗୁଜରାଟରେ କୃଷି ସଙ୍କଟର ସମାଧାନ ପାଇଁ ସେ ଅନେକ ସହଯୋଗ କରିଥିବା କହିଛନ୍ତି। ପାୱାର କହିଛନ୍ତି, ମୋଦୀ କୃଷି କ୍ଷେତ୍ରରେ ଅନେକ ସମସ୍ୟା ନେଇ ତାଙ୍କ ପାଖକୁ ଆସନ୍ତି ଏବଂ ଏପରିକି ତାଙ୍କୁ ମଧ୍ୟ ଗୁଜରାଟ ନିଅନ୍ତି। ଥରେ ସେ ଇସ୍ରାଏଲ ଯିବାପାଇଁ ଚାହିଥିଲେ। ଇସ୍ରାଏଲରେ ବିରଳ କୃଷି ପଦ୍ଧତି ସଂକ୍ରାନ୍ତରେ ମୋଦୀ ଜାଣିବାକୁ ଚାହିଥିଲେ ଏବଂ ପାୱାର ତାଙ୍କୁ ସେଠାକୁ ନେଇ ଯାଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୋଦୀ ଗତକାଲି ଶରଦ ପାୱାରଙ୍କ ନାଁ ନନେଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଶରଦ ପାୱାର କେନ୍ଦ୍ର କୃଷିମନ୍ତ୍ରୀ ଥିବା ସମୟରେ କୃଷକଙ୍କ ପାଇଁ କିଛି କରିନାହାନ୍ତି ବୋଲି ମୋଦୀ ଅଭିଯୋଗ କରିଛନ୍ତି।