ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହି ଉତ୍ସବରେ ୮ଟି ଦେଶରୁ ୩୫ଜଣ ସ୍ନାତକୋତ୍ତର ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କର ସମାପ୍ତ ହୋଇଥିବା ସ୍ନାତକୋତ୍ତର କାର୍ଯ୍ୟକ୍ରମ ଯଥା ମାଷ୍ଟର ଅଫ୍‌ ଟେକ୍ନୋଲୋଜି (ଏମ୍‌ଟେକ୍‌), ବ୍ୟାଚଲର ଅଫ୍‌ ଟେକ୍ନୋଲୋଜି (ବି.ଟେକ୍‌), ବ୍ୟାଚଲର ଅଫ୍‌ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେଶନ (ବିବିଏ) ଏବଂ ଡକ୍ଟର ଅଫ୍‌ ଫିଲୋଶଫି (ପିଏଚ୍‌ଡି)କୁ […] The post ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ appeared first on Dharitri Odia News.

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହି ଉତ୍ସବରେ ୮ଟି ଦେଶରୁ ୩୫ଜଣ ସ୍ନାତକୋତ୍ତର ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କର ସମାପ୍ତ ହୋଇଥିବା ସ୍ନାତକୋତ୍ତର କାର୍ଯ୍ୟକ୍ରମ ଯଥା ମାଷ୍ଟର ଅଫ୍‌ ଟେକ୍ନୋଲୋଜି (ଏମ୍‌ଟେକ୍‌), ବ୍ୟାଚଲର ଅଫ୍‌ ଟେକ୍ନୋଲୋଜି (ବି.ଟେକ୍‌), ବ୍ୟାଚଲର ଅଫ୍‌ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେଶନ (ବିବିଏ) ଏବଂ ଡକ୍ଟର ଅଫ୍‌ ଫିଲୋଶଫି (ପିଏଚ୍‌ଡି)କୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହକୁ ସ୍ମରଣ ରଖିବା ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ, ଅଧ୍ୟାପିକା ଅଧ୍ୟାପକ, ଛାତ୍ରୀଛାତ୍ରମାନଙ୍କର ଅଭିଭାବକ ଏବଂ ସ୍ନାତକୋତ୍ତର ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ସଞ୍ଜୀବ କୁମାର ରାଉତ ସ୍ନାତକ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ଉପସ୍ଥାପନ କରିଥିଲେ ଏବଂ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ଏହି ଉତ୍ସବ କେବଳ ଅଧ୍ୟୟନର ସଫଳ ସମାପ୍ତିକୁ ସୂଚିତ କରେ ନାହିଁ ବରଂ ସ୍ନାତକମାନଙ୍କ ପାଇଁ ଏହା ଏକ ନୂତନ ପର୍ଯ୍ୟାୟର ପ୍ରାରମ୍ଭ ବୋଲି ରାଉତ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଛାତ୍ରୀଛାତ୍ରମାନେ ବର୍ତ୍ତମାନ ନିଜ କ୍ଷେତ୍ରରେ ପ୍ରତିଜ୍ଞାକାରୀ ବୃତ୍ତି ଅନୁସରଣକରି ଜ୍ଞାନ ଏବଂ କୌଶଳ ଅବଲମ୍ବନ କରିବାକୁ ରାଉତ ପ୍ରୋତ୍ସାହିତ କରିଥିଲେ।

ସେହିପରି ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର ଆଡଭାଇଜର ପ୍ରଫେସର (ଡ) ସୁନୀଲ ଷଡ଼ଙ୍ଗୀ, କୁଳପତି ପ୍ରଫେସର (ଡ) ଗୁଡା ଶ୍ରୀଦେବୀ, ରେଜିଷ୍ଟ୍ରାର ଡ. ବିନୀତା ପଣ୍ଡା, ଡିନ୍‌ ଏକାଡେମିକ ପ୍ରଫେସର ଅଶ୍ୱିନୀ ସାହୁ ଏବଂ ଡିନ୍‌ ଇଣ୍ଟରନ୍ୟାଶନାଲ ଡ. ସସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ appeared first on Dharitri Odia News.