ଆମେରିକାର ଡବଲ ଗେମ୍ ! ପାକିସ୍ତାନକୁ ସମର୍ଥନ ଦେଇଥିବା ତୁର୍କୀକୁ ଦେବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ପୁଣି ଥରେ ଧରା ପଡ଼ିଛି ଆମେରିକାର ଦୋମୁହାଁ ନୀତି। ଯେଉଁ ଆମେରିକା ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବାର ଶ୍ରେୟ ନିଜକୁ ଦେଇଥିଲା ସେହି ଆମେରିକା ତୁର୍କୀକୁ ୩୦୪ ମିଲିୟନ ଡଲାରର କ୍ଷେପଣାସ୍ତ୍ର ବିକ୍ରିକୁ ମଞ୍ଜୁରୀ ଦେଇଛି। ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନାଟୋ ସହଯୋଗୀଙ୍କ ସହ କାରବାର ଓ ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ କରିବା ଉଦ୍ଦେଶ୍ୟରେ ଉଠାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମମୟରେ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିଥିଲା। କେବଳ ସେତିକି ନୁହେଁ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଥିଲା ତୁର୍କୀ। ଆଉ ଏହାର ଅପରେଟ୍ ପାଇଁ ନିଜର ମିଲିଟାରୀ ଅପରେଟିଭକୁ ପାକିସ୍ତାନକୁ ପଠାଇଥିଲା। ଏହା ପରେ ଭାରତ ଓ ତୁର୍କୀ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଛି। ଭାରତର ଜନତା ଏବେ ତୁର୍କୀକୁ ଶତ୍ରୁ ଦେଶ ଦୃଷ୍ଟିରେ ଦେଖୁଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି କଣ ଆମେରିକାା ଡବଲ୍ ଗେମ୍ ଖେଳୁ ନାହିଁ କି ? ଗୋଟିଏ ପଟେ ଟ୍ରମ୍ପ ପ୍ରଶାସନ ଭାରତ ସହ ସୁସମ୍ପର୍କର କଥା କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ସାହାଯ୍ୟ କରିଥିବା ତୁର୍କୀକୁ ଅସ୍ତ୍ରଶସ୍ତ୍ର ଦେବାରେ ପଛଘୁଞ୍ଚା ଦେଉ ନାହିଁ।Also read: ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ନାଟୋ ବିଦେଶ ମନ୍

ଆମେରିକାର ଡବଲ ଗେମ୍ ! ପାକିସ୍ତାନକୁ ସମର୍ଥନ ଦେଇଥିବା ତୁର୍କୀକୁ ଦେବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ପୁଣି ଥରେ ଧରା ପଡ଼ିଛି ଆମେରିକାର ଦୋମୁହାଁ ନୀତି। ଯେଉଁ ଆମେରିକା ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବାର ଶ୍ରେୟ ନିଜକୁ ଦେଇଥିଲା ସେହି ଆମେରିକା ତୁର୍କୀକୁ ୩୦୪ ମିଲିୟନ ଡଲାରର କ୍ଷେପଣାସ୍ତ୍ର ବିକ୍ରିକୁ ମଞ୍ଜୁରୀ ଦେଇଛି। ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନାଟୋ ସହଯୋଗୀଙ୍କ ସହ କାରବାର ଓ ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ କରିବା ଉଦ୍ଦେଶ୍ୟରେ ଉଠାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମମୟରେ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିଥିଲା। କେବଳ ସେତିକି ନୁହେଁ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଥିଲା ତୁର୍କୀ। ଆଉ ଏହାର ଅପରେଟ୍ ପାଇଁ ନିଜର ମିଲିଟାରୀ ଅପରେଟିଭକୁ ପାକିସ୍ତାନକୁ ପଠାଇଥିଲା। 

ଏହା ପରେ ଭାରତ ଓ ତୁର୍କୀ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଛି। ଭାରତର ଜନତା ଏବେ ତୁର୍କୀକୁ ଶତ୍ରୁ ଦେଶ ଦୃଷ୍ଟିରେ ଦେଖୁଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି କଣ ଆମେରିକାା ଡବଲ୍ ଗେମ୍ ଖେଳୁ ନାହିଁ କି ? ଗୋଟିଏ ପଟେ ଟ୍ରମ୍ପ ପ୍ରଶାସନ ଭାରତ ସହ ସୁସମ୍ପର୍କର କଥା କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ସାହାଯ୍ୟ କରିଥିବା ତୁର୍କୀକୁ ଅସ୍ତ୍ରଶସ୍ତ୍ର ଦେବାରେ ପଛଘୁଞ୍ଚା ଦେଉ ନାହିଁ।

Also read: ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀ

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ନାଟୋ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ତୁର୍କୀ ଯାଇଥିଲେ। ଆଉ ଏହି ସମୟରେ ଅସ୍ତ୍ର ଶସ୍ତ୍ର କ୍ରୟ  ନେଇ ଆମେରିକା ଓ ତୁର୍କୀ  ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ତେବେ ଏହି ଚୁକ୍ତିନାମାକୁ ଆମେରିକା ସଂସଦର ମଞ୍ଜୁରୀର ଆବଶ୍ୟକତା ରହିଛି। ପ୍ରତିରକ୍ଷା ସୁରକ୍ଷା ସହଯୋଗୀ ଏଜେନ୍ସି କହିଛି ଯେ, ତୁର୍କୀ ୨୨୫ ମିଲିୟନ ଡଲାରର ଆନୁମାନିକ ବଜଟେରେ ୫୩ ଅଗ୍ରୀମ ମଧ୍ୟମ ଦୂରଗାମୀ ଆକାଶରୁ ଆକାଶରେ ଲକ୍ଷ୍ୟ ଭେଦ କରି ପାରୁଥିବା ମିସାଇଲ ଓ ୭୯.୧ ମିଲିୟନ ଡଲାରରେ ୬୦ ବ୍ଲକ II ମିସାଇଲ୍ ଦେବାକୁ ଆମେରିକାକୁ ଅନୁରୋଧ କରିଛି। ଅନ୍ୟପଟେ ରୁବିଓ ରୁଷ ଓ ୟୁ୍କ୍ରେନ ମଧ୍ୟରେ ଅସ୍ତ୍ରବିରତି ବିଷୟରେ ଆଲୋଚନା ପାଇଁ ଗୁରୁବାର ଇସ୍ତାନବୁଲ ଯାଇ ପାରନ୍ତି। 

ତୁର୍କୀର ରାଷ୍ଟ୍ରପତି ରେସେପ ତୟପ ଏର୍ଦୋଗାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି।  ଏଥିରେ ଅଙ୍କାରା ଦ୍ଵାରା ରୁଷ ମିସାଇଲ-ଡିଫେନ୍ସ ସିଷ୍ଟମ କ୍ରୟ ଓ ସିରିଆ କୁର୍ଦ ମିଲିସିଆ ପାଇଁ ଓ୍ଵାଶିଂଟନର ସମର୍ଥନରେ ଉତ୍ପନ ଉତ୍ତେଜନା ସମ୍ବନ୍ଧକୁ ପୁଣି ଥରେ ସୁଧାରିବା ଉପରେ ଆଲୋଚନା କରାଯିବ।