ଇତିହାସ ରଚିଲେ ରାଚିନ ରବିନ୍ଦ୍ର

ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି। ତାଙ୍କୁ ସାର୍‌ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍‌ ବୟସର ଖେଳାଳି ଭାବେ ସେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି। କେନ୍‌ ଓ୍ବିଲିୟମସନ ଟେଷ୍ଟ ମ୍ୟାଚ୍‌ରେ ଉଲ୍ଲେଖନୀୟ ଯୋଗଦାନକୁ ନେଇ ସର୍ବଶ୍ରେଷ୍ଠ ଟେଷ୍ଟ ଖେଳାଳି ଭାବେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ପୁରୁଷ ଶ୍ରେଣୀରେ […] The post ଇତିହାସ ରଚିଲେ ରାଚିନ ରବିନ୍ଦ୍ର appeared first on Dharitri Odia News.

ଇତିହାସ ରଚିଲେ ରାଚିନ ରବିନ୍ଦ୍ର

ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି। ତାଙ୍କୁ ସାର୍‌ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍‌ ବୟସର ଖେଳାଳି ଭାବେ ସେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି। କେନ୍‌ ଓ୍ବିଲିୟମସନ ଟେଷ୍ଟ ମ୍ୟାଚ୍‌ରେ ଉଲ୍ଲେଖନୀୟ ଯୋଗଦାନକୁ ନେଇ ସର୍ବଶ୍ରେଷ୍ଠ ଟେଷ୍ଟ ଖେଳାଳି ଭାବେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ପୁରୁଷ ଶ୍ରେଣୀରେ ବ୍ୟାଟିଂ ଲାଗି ‘ରେଡ୍‌ପାଥ କପ୍‌’ ମିଳିଛି।

ରାଚିନ ରବିନ୍ଦ୍ରଙ୍କ ବିଷୟରେ କହିଲେ, ୨୪ ବର୍ଷ ବୟସରେ ସେ ସାର୍‌ ରିଚାର୍ଡ ହେଡଲି ପଦକ ପାଇଛନ୍ତି। ଗତ ବର୍ଷେ ମଧ୍ୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟରେ ନ୍ୟୁଜିଲାଣ୍ଡ ଟିମ୍‌ର ମୁଖ୍ୟ ଖେଳାଳି ଭାବେ ଉଭା ହୋଇଛନ୍ତି। ଗତ ବର୍ଷ ମାର୍ଚ୍ଚରେ ସେ ଜାତୀୟ ଟିମ୍‌ରେ ସ୍ଥାନ ପାଇଥିଲେ। ଏହାପରେ ସେ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ୫୭୮ ରନ୍‌ କରିଥିଲେ। ଏଥିରେ ତାଙ୍କjର ୩ ଶତକ ଏବଂ ୨ ଅର୍ଦ୍ଧଶତକ ଥିଲା। ଏହାପରେ ରବିନ୍ଦ୍ରଙ୍କୁ ୨୦୨୩ ସର୍ବଶ୍ରେଷ୍ଠ ଯୁବ ଖେଳାଳି ଭାବେ ବଛାଯାଇଥିଲା।

The post ଇତିହାସ ରଚିଲେ ରାଚିନ ରବିନ୍ଦ୍ର appeared first on Dharitri Odia News.