ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା ଦେଖାଯାଇଛି। କୋରାପୁଟ ସହରରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ଭୋର୍‌ରୁ ସହର ଭିତରେ ବିରାଟକାୟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। କୋରାପୁଟ ମୁଖ୍ୟ ଡାକଘର ନିକଟରେ ଭାଲୁ ବୁଲୁଥିବା ଖବର ପାଇ ତୁରନ୍ତ ବନ ବିଭାଗ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ଭାଲୁ ସୁନାରି ସାହି ଦେଇ କେଉଁଆଡ଼େ ଚାଲି […] The post ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌ appeared first on Dharitri Odia News.

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା ଦେଖାଯାଇଛି। କୋରାପୁଟ ସହରରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ଭୋର୍‌ରୁ ସହର ଭିତରେ ବିରାଟକାୟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। କୋରାପୁଟ ମୁଖ୍ୟ ଡାକଘର ନିକଟରେ ଭାଲୁ ବୁଲୁଥିବା ଖବର ପାଇ ତୁରନ୍ତ ବନ ବିଭାଗ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ଭାଲୁ ସୁନାରି ସାହି ଦେଇ କେଉଁଆଡ଼େ ଚାଲି ଯାଇଥିବା ସୂଚନା ମିଳିଛି। ତେବେ ସହର ମଧ୍ୟରେ ଭାଲୁ ବୁଲିବା ନେଇ ଏବେ ଲୋକେ ଭୟଭୀତ ଅଛନ୍ତି। କୋରାପୁଟ ବଣ ପାହାଡ଼ ଘେରା ମଧ୍ୟରେ ସହର ଏବେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥିବାରୁ ଖାଦ୍ୟ ଅନ୍ବେଷଣରେ ଭାଲୁଟି ସହର ମଧ୍ୟରେ ପଶି ଆସିଥିବା ଅନୁମାନ କରାଯାଉଛି। ଜଙ୍ଗଲରେ ନିଆଁ ଲାଗିଲେ ମଧ୍ୟ ବନ ବିଭାଗ ନିୟନ୍ତ୍ରଣ କରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଯାଉଥିବା ବନ ବିଭାଗ ଅଧିକାରୀ ବିକାଶ ପାତ୍ର କହିଛନ୍ତି। ବର୍ତ୍ତମାନ ଏହି ଜଙ୍ଗଲୀ ଭାଲୁଟି ଛପର ଅଞ୍ଚଳରେ ଥିବା କୋରାପୁଟ ବନ ଅଧିକାରୀ ପାତ୍ର ପ୍ରକାଶ କରିଛନ୍ତି। ତେବେ ଭାଲୁଟି ଲୋକଙ୍କର କିଛି କ୍ଷତି କରିବା ସେନେଇ ତାକୁ ଧରିବା ପାଇଁ ସନ୍ଧ୍ୟାରେ ବନ ବିଭାଗର ଏକ ଟିମ୍‌ ବାହାରିଥିବା ସେ ସୂଚନା ଦେଇଛନ୍ତି। ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

The post ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌ appeared first on Dharitri Odia News.