ସ୍ଥାୟୀ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କୋରାପୁଟ,୨୪।୧(ଅମିତାଭ ବେହେରା): ଜୀବିକା ମିଶନ ଏବଂ ମିଶନ ଶକ୍ତିରେ କାର୍ଯ୍ୟରତ ଇସି ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି ସମେତ ୧୧ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟୀଙ୍କ ନେତୃତ୍ୱରେ ଶତାଧିକ ସିଆର୍‌ପି, ଏମ୍‌ବିକେ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଇସିମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। […] The post ସ୍ଥାୟୀ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା appeared first on Dharitri Odia News.

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କୋରାପୁଟ,୨୪।୧(ଅମିତାଭ ବେହେରା): ଜୀବିକା ମିଶନ ଏବଂ ମିଶନ ଶକ୍ତିରେ କାର୍ଯ୍ୟରତ ଇସି ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି ସମେତ ୧୧ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଜିଲା ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟୀଙ୍କ ନେତୃତ୍ୱରେ ଶତାଧିକ ସିଆର୍‌ପି, ଏମ୍‌ବିକେ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଇସିମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

୧୧ ଦଫା ଦାବି ମଧ୍ୟରେ ମିଶନ ଶକ୍ତି ବିଭାଗ ଅଧୀନ ଜୀବିକା ମିଶନ ଓ ମିଶନ ଶକ୍ତି ଇସିଙ୍କ ରିଷ୍ଟ୍ରକଚରିଂ ବନ୍ଦ କରିବା, ସିଏଲ୍‌ଏଫ୍‌, ଜିପିଏଲ୍‌ଏଫ୍‌, ବିଏଲ୍‌ଏଫ ଏବଂ ଡିଏଲ୍‌ଏଫରେ ଥିବା ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଇସିମାନଙ୍କୁ ଯୋଗ୍ୟତା ଭିତ୍ତିରେ ସିଆର୍‌ପି ଏବଂ ଏମ୍‌ବିକେ ପଦବୀକୁ ପଦୋନ୍ନତି କରିବା, ମିଶନ ଶକ୍ତି ଇସିମାନଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କୁଶଳୀଶ୍ରମିକ ଅନୁଯାୟୀ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସହ ତୁରନ୍ତ ବକେୟା ଭତ୍ତା ପ୍ରଦାନ ଆଦି ଦାବି କରାଯାଇଛି।

୧୧ ଦଫା ସମ୍ବଳିତ ଏକ ଦାବିପତ୍ର ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଭି କୀର୍ତ୍ତି ଭାଷନଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଜିଲା ମିଶନ ଶକ୍ତି ସମ୍ପାଦିକା ସୁଜାତା ପାଣିଗ୍ରାହୀ, ରାଜ୍ୟ ନେତା ଜୟନ୍ତ ଦାସ, ଯୁଧିଷ୍ଟିର ରାଉଳଙ୍କ ସମେତ ଜିଲା ମିଶନ ଶକ୍ତିର ବହୁ କର୍ମକର୍ତ୍ତା।

The post ସ୍ଥାୟୀ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା appeared first on Dharitri Odia News.