ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ
କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବିଦେଶାଗତ ପକ୍ଷୀ ଓ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ତେବେ ପ୍ରାକୃତିକ ବୈଷମ୍ୟତା ଯୋଗୁ ଚଳିତ ଅକ୍ଟୋବର ମାସରେ ଲଘୁଚାପଜନିତ ବର୍ଷା ବିଦେଶାଗତ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଥିଲା। ସମ୍ପ୍ରତି ଧୀରେ ଧୀରେ ଶୀତର […] The post ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ appeared first on Dharitri Odia News.
କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବିଦେଶାଗତ ପକ୍ଷୀ ଓ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ତେବେ ପ୍ରାକୃତିକ ବୈଷମ୍ୟତା ଯୋଗୁ ଚଳିତ ଅକ୍ଟୋବର ମାସରେ ଲଘୁଚାପଜନିତ ବର୍ଷା ବିଦେଶାଗତ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଥିଲା। ସମ୍ପ୍ରତି ଧୀରେ ଧୀରେ ଶୀତର ପ୍ରକୋପ ଅନୁଭୂତ ହେଉଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ରଙ୍ଗବେରଙ୍ଗ ପକ୍ଷୀଙ୍କ କଳରବରେ ଚିଲିକାର ତଟଦେଶ ପାରିକୁଦ, ନୂଆପଡ଼ା, ଗୁରୁବାଇ, ସିପିଆ, ତିଛିଣି, ସାତପଡ଼ା, ସୋଲାକୁଦି, ପଣ୍ଡା, ଚିଖିଲି, ଚିତ୍ରକୋଟ, ବନମାଳ, ଖଟିଆକୁଦି ଆଦି ଅଞ୍ଚଳ ମୁଖରିତ ହୋଇଉଠିଛି। ବିଶେଷକରି ଏହି ଅଞ୍ଚଳଗୁଡ଼ିକରେ ଗଡ଼ଓାଲ, ଶୋଭଲର, ପିଣ୍ଟାଲ, ଗଡ଼ଉଇଟ, ସ୍ୟାଣ୍ଡ ପାଇପର, ପେଲିକାନ ଆଦି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି।
ବିଗତ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିଲିକା ନୂଆପଡ଼ା ରେଞ୍ଜ ଅଫିସ୍ ତରଫରୁ ଗୁରୁବାଇ ଓ ସିପିଆଠାରେ ଦୁଇଟି ପକ୍ଷୀ ଶିବିର କରାଯାଇଥିବାବେଳେ ବନପାଳ ରଶ୍ମିରଞ୍ଜନ ନାୟକ, ବନପାଳ ବିଶ୍ୱନାଥ ଟୁଡୁ, ବନରକ୍ଷୀ ଲକ୍ଷ୍ମଣ ବେହେରା, ଅରୁନ୍ଧତି ପୋତା ଏବଂ ୫ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସେହିଭଳି ପାରିକୁଦ ପକ୍ଷୀ ସୁରକ୍ଷା ଶିବିରରେ ଫରେଷ୍ଟର ଜିତେନ୍ଦ୍ରିୟ ଜେନାଙ୍କ ସମେତ ବନରକ୍ଷୀ ତ୍ରିଲୋଚନ ମହାରଣା ଓ ୬ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ଜଣାପଡ଼ିଛି। ବାଲୁଗାଁ ରେଞ୍ଜର ରଶ୍ମିତା ଜେନା ଏବଂ ଚିଲିକା-ନୂଆପଡ଼ା ରେଞ୍ଜର କାଶୀନାଥ ହେମ୍ବ୍ରମ୍ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି। ସାତପଡ଼ା ରେଞ୍ଜ୍ ତରଫରୁ ଗମ୍ଭାରୀ ଓ ବଡ଼ଗୋଠରେ ଦୁଇଟି ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ସେଠାରେ ମୁତୟନ କରାଯାଇଥିବାବେଳେ ରେଞ୍ଜର ଶରତ ଜାନୀ ଓ ବନପାଳ ସୁଜିତ କୁମାର ବେହେରା, ଦୁର୍ଗାଚରଣ ଟୁଡୁ, ରଜନୀକାନ୍ତ ଲେଙ୍କା, ଅନିଲ ଲେଙ୍କା ପ୍ରମୁଖ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦିଗରେ କଡ଼ା ନଜର ରଖିଛନ୍ତି। ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡୀୟ ଅଧିକାରୀ ଅମ୍ଳାନ୍ କୁମାର ନାୟକ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ସୂଚନା ମିଳିଛି।
The post ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ appeared first on Dharitri Odia News.