କଳା ବ୍ୟାଜ ବାନ୍ଧି ଡାକ୍ତରଙ୍କ ପ୍ରତିବାଦ
ରାଇକିଆ,୧୭।୮(ପ୍ରଦୀପ ବେହେରା): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଲକାତା ଆର୍.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଏବଂ ଷ୍ଟାଫ ନର୍ସ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି। ହେଲେ ହସ୍ପିଟାଲରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ ଦାବି କରିଥିଲେ। […] The post କଳା ବ୍ୟାଜ ବାନ୍ଧି ଡାକ୍ତରଙ୍କ ପ୍ରତିବାଦ appeared first on Dharitri Odia News.
ରାଇକିଆ,୧୭।୮(ପ୍ରଦୀପ ବେହେରା): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଲକାତା ଆର୍.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଏବଂ ଷ୍ଟାଫ ନର୍ସ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି। ହେଲେ ହସ୍ପିଟାଲରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ ଦାବି କରିଥିଲେ। ଏପରିକି ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଯୋଗାଇବାକୁ ଡାକ୍ତରମାନେ ଦାବି କରିଛନ୍ତି।
ଏପରି କି ସନ୍ଧ୍ୟାରେ ଡାକ୍ତର ଏବଂ ଷ୍ଟାଫ ନର୍ସ କ୍ୟାଣ୍ଡେଲ ଜାଳି ନୀରବ ପ୍ରାର୍ଥନା କରିଥିଲେ। ହସ୍ପିଟାଲ ଇନ୍ଚାର୍ଜ ଡାକ୍ତର ଶ୍ରୀନିବାସ ପାତ୍ର, ଡାକ୍ତର ଶୁଭଲକ୍ଷ୍ମୀ ଧର, ଡାକ୍ତର ବିନୋଦ ବାରିକ, ଡାକ୍ତର ଜଗନ୍ନାଥ ସାହୁ, ଡାକ୍ତର ପ୍ରଜନା ପଢ଼ିଆରୀ, ଡାକ୍ତର ଚନ୍ଦନା ମିଶ୍ର, ଷ୍ଟାଫ ନର୍ସ ମୋନାଲିସା ନାୟକ, ଅନିମା ଦିଗାଲ, ସୁଭସ୍ମିତାଙ୍କ ସହ ଅନ୍ୟମାନେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
The post କଳା ବ୍ୟାଜ ବାନ୍ଧି ଡାକ୍ତରଙ୍କ ପ୍ରତିବାଦ appeared first on Dharitri Odia News.