ଅଷ୍ଟ୍ରେଲିଆନ୍ ଓପନ୍ରୁ ସୁମିତ ନଗଲଙ୍କ ବିଦାୟ; ଦ୍ବିତୀୟ ରାଉଣ୍ଡରେ ବୋପାନ୍ନା-ଏବଦେନ୍

ମେଲ୍ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାରୁ ଭାରତର ସୁମିତ ନଗଲଙ୍କ ଅଭିଯାନ ଶେଷ ହୋଇଛି। ଗୁରୁବାଶର ପୁରୁଷ ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ନଗଲ ୨ଘଣ୍ଟା ୫୦ ମିନିଟ୍ର କଡ଼ା ସଂଘର୍ଷ ପରେ ୬-୨, ୩-୬, ୫-୭, ୪-୬ ସେଟ୍ରେ ୱାଇଲ୍ଡ କାର୍ଡ ପାଇ ଆସିଥିବା ଚୀନ୍ର ୧୮ ବର୍ଷୀୟ ଜୁନଚେଙ୍ଗ ସାଙ୍ଗ୍ଙ୍କଠୁ ହାରି ଯାଇଥିଲେ। ଏହି ପରଜୟ ସହ ୨୬ ବର୍ଷୀୟ ନଗଲ ୧୮୦,୦୦୦ ଅଷ୍ଟ୍ରେଲୀୟ ଡଲାର (ଭାରତୀୟ ମୁଦ୍ରାରେ […]

ଅଷ୍ଟ୍ରେଲିଆନ୍ ଓପନ୍ରୁ ସୁମିତ ନଗଲଙ୍କ ବିଦାୟ; ଦ୍ବିତୀୟ ରାଉଣ୍ଡରେ ବୋପାନ୍ନା-ଏବଦେନ୍

ମେଲ୍ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାରୁ ଭାରତର ସୁମିତ ନଗଲଙ୍କ ଅଭିଯାନ ଶେଷ ହୋଇଛି। ଗୁରୁବାଶର ପୁରୁଷ ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ନଗଲ ୨ଘଣ୍ଟା ୫୦ ମିନିଟ୍ର କଡ଼ା ସଂଘର୍ଷ ପରେ ୬-୨, ୩-୬, ୫-୭, ୪-୬ ସେଟ୍ରେ ୱାଇଲ୍ଡ କାର୍ଡ ପାଇ ଆସିଥିବା ଚୀନ୍ର ୧୮ ବର୍ଷୀୟ ଜୁନଚେଙ୍ଗ ସାଙ୍ଗ୍ଙ୍କଠୁ ହାରି ଯାଇଥିଲେ। ଏହି ପରଜୟ ସହ ୨୬ ବର୍ଷୀୟ ନଗଲ ୧୮୦,୦୦୦ ଅଷ୍ଟ୍ରେଲୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୯୯ ଲକ୍ଷ ଟଙ୍କା) ସହ ସ୍ବଦେଶ ଫେରିଛନ୍ତି। ପୁରୁଷ ଯୁଗଳରେ ଭାରତୀୟ ଭେଟେରାନ ରୋହନ ବୋପାନ୍ନା ବିଜୟ ସହ ଆଗକୁ ବଢ଼ିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଦେନ ୭-୬, ୪-୬, ୭-୬ ସେଟ୍ରେ ସ୍ଥାନୀୟ ଯୋଡ଼ି ଜେମ୍ସ ଡକୱର୍ଥ ଓ ମାର୍କ ପୋଲମାନ୍ସଙ୍କୁ ହରାଇଥିଲେ। ଭାରତୀୟ ଯୋଡ଼ି ବିଜୟ ସୁନ୍ଦର ପ୍ରଶାନ୍ତ ଓ ଅନିରୁଦ୍ଧ ଚନ୍ଦ୍ରଶେଖର ୩-୬, ୪-୬ ସେଟ୍ରେ ହଙ୍ଗରିଆର ମାର୍ଟନ ଫୁସୋଭିକ୍ସ ଓ ଫାବିନା ମାରୋଜସାନଙ୍କଠୁ ହାରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।