ପରୀକ୍ଷା ଟିପ୍ସ
ବର୍ତ୍ତମାନ ପରୀକ୍ଷା ଆରମ୍ଭ ହୋଇଛି ଯାହା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କର ଦାୟିତ୍ୱକୁ ବଢାଇଛି । ଏହି ସମୟରେ ପିଲା ଯେତିକି ପରିଶ୍ରମ କରିଥାଏ, ବାପା ମା’ ମଧ୍ୟ ସେତିକି ପରିଶ୍ରମ କରିଥାଆନ୍ତି । ବିଶେଷଭାବେ ବାପା ମା’ଙ୍କୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଟି« ବିଷୟରେ । ବାସ୍ତବିକତା ଉପରେ ଧ୍ୟାନ ଦିଅନ୍ତୁ – ଆପଣଙ୍କର ପ୍ରଥମ କାମ ହେଲା ପିଲାର ବାସ୍ତବିକତାକୁ ବୁଝନ୍ତୁ । […]

ବର୍ତ୍ତମାନ ପରୀକ୍ଷା ଆରମ୍ଭ ହୋଇଛି ଯାହା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କର ଦାୟିତ୍ୱକୁ ବଢାଇଛି । ଏହି ସମୟରେ ପିଲା ଯେତିକି ପରିଶ୍ରମ କରିଥାଏ, ବାପା ମା’ ମଧ୍ୟ ସେତିକି ପରିଶ୍ରମ କରିଥାଆନ୍ତି । ବିଶେଷଭାବେ ବାପା ମା’ଙ୍କୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଟି« ବିଷୟରେ ।
ବାସ୍ତବିକତା ଉପରେ ଧ୍ୟାନ ଦିଅନ୍ତୁ – ଆପଣଙ୍କର ପ୍ରଥମ କାମ ହେଲା ପିଲାର ବାସ୍ତବିକତାକୁ ବୁଝନ୍ତୁ । ପିଲାର ସ୍ଥିତି କଣ ରହିଛି, ତାକୁ କେଉଁ ଭଳି ପ୍ରକାରର ସାହାଯ୍ୟ ଦରକାର ସେ ନେଇ ବୁଝନ୍ତୁ । ଏହି ସମୟରେ ପିଲାକୁ ଯେ କେବଳ ପାଠ ପଢାରେ ସାହାଯ୍ୟ ଆବଶ୍ୟକତା ପଡିଥାଏ ଏପରି ନୁହେଁ । ଏହି ସମୟରେ ଗୋଟିଏ ପିଲାକୁ ମାନସିକ ସ୍ତରରେ ମଧ୍ୟ ସାହାଯ୍ୟ ଓ ସମର୍ଥନର ଆବଶ୍ୟକତା ରହିଥାଏ । ତେଣୁ ପିଲା ସହିତ ସମୟ ବିତାନ୍ତୁ, ତା ସହିତ ପରୀକ୍ଷା ଓ ପାଠ ପଢାକୁ ନେଇ ଆଲୋଚନା କରନ୍ତୁ । ତାର ସମସ୍ୟା ବୁଝି ତାକୁ ପରାମର୍ଶ ଦିଅନ୍ତୁ ।
ଦଣ୍ଡ ଦିଅନ୍ତୁ ନାହିଁ – ପରୀକ୍ଷା ସମୟରେ ପିଲାମାନେ ମାନସିକ ସ୍ତରରେ ବଚଳିତ ରହିଥାଆନ୍ତି । ପରୀକ୍ଷାର ଡର ସେମାନଙ୍କୁ ଚିନ୍ତାରେ ପକାଇଥାଏ । ତେଣୁ ଏହି ସମୟରେ ଆପଣ ସେମାନଙ୍କୁ ଦଣ୍ଡ ଅର୍ଥାତ ଗାଳି ନଦେଇ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ସେମାନଙ୍କ ସମସ୍ୟା ବୁଝି ତାଙ୍କୁ ପରାମର୍ଶ ଦିଅନ୍ତୁ, ଯେପରି ସେ ପରୀକ୍ଷା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିବେ ।
ଟାଇମ୍ ମ୍ୟାନେଜମେଣ୍ଟ – ପରୀକ୍ଷା ସମୟରେ ଟାଇମ୍ ମ୍ୟାନେ୍ଜମେଣ୍ଟ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ପିଲା କେତେବେଳେ କେଉଁ କାମ କରିବ ସେ ନେଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଏହି ତାଲିକା ପ୍ରସ୍ତୁତ ସମୟରେ ପିଲାର ରାୟ ନିଅନ୍ତୁ । ତାର ପସନ୍ଦ ନାପସନ୍ଦକୁ ଧ୍ୟାନରେ ରଖି ଏହି ତାଲିକା ପ୍ରସ୍ତୁତ କରନ୍ତୁ । ଯାହାଫଳରେ ସେ ଏହି ଟାଇମ୍ ଟେବୁଲ ସହ ମାନସିକ ସ୍ତରରେ ଖାପ ଖୁଆଇ ଚଳିପାରିବ ।