ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାୟୀନଙ୍କ ବିକ୍ଷୋଭ ପ୍ରଦର୍ଶନ; ୯୦୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ନ୍ୟୁୟର୍କର କଲମ୍ବିଆ ବିଶ୍ବବିଦ୍ୟାଳୟରେ ପରେ ଏବେ ଆମେରିକାର ପ୍ରମୁଖ ବିଶ୍ବବିଦ୍ୟାଳୟ ଗୁଡ଼ିକ ପାଲେଷ୍ଟାୟୀନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାଓ୍ବାର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଇସ୍ରାଏଲକୁ ବିରୋଧୀ କରି ପ୍ରଦର୍ଶନକାରୀମାନେ ହାଓ୍ବାର୍ଡ ୟାର୍ଡ ନିକଟରେ ଥିବା ପ୍ରତିମୂର୍ତ୍ତୀ ଉପରେ ପାଲେଷ୍ଟାୟୀନ ପତାକା ଉଡ଼ାଇଛନ୍ତି । ଏହି ସ୍ଥାନ ଆମେରିକୀୟ ଜାତୀୟ ପତାକା ପାଇଁ ସଂରକ୍ଷିତ ରହିଥାଏ । ଏହି ସ୍ଥାନକୁ କବଜା କରି ନେଇଥିଲେ ପ୍ରଦର୍ଶନକାରୀ । ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକା ପୋଲିସ୍ ପ୍ରାୟ ୨୭୫ଜଣଙ୍କୁ ଗିରଫ କରିଛି  । ତେବେ ବର୍ତ୍ତମାନ ସୁଦ୍ଧା ୯୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ।ଶନିବାର ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ଏହି ସେହି ସମୟରେ ହୋଇଥିଲା , ଯେତେବେଳେ  ପ୍ରଦର୍ଶନକାରୀମାନେ ଆଇବୀ ଲିଗ୍ ସ୍କୁଲ ପରିସରରେ ଜାରି ରହିଥିବା ଆନ୍ଦୋଳନକୁ ସମାପ୍ତ କରିବାକୁ ମନା କରିଥିଲେ । ହାଓ୍ବାର୍ଡ ମୁଖପାତ୍ର କହିଛନ୍ତି, ଏହି ଘଟଣା ବିଶ୍ବବିଦ୍ୟାଳୟର ନିୟମକୁ ଉଲ୍ଲଙ୍ଘନ କରୁଛି । ତେଣୁ ଏଥିରେ ସାମିଲ୍ ଥିବା ଛାତ୍ରଛାତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କେବଳ ଶନିବାର, ବ୍ଲୁମିଗଟନରେ ଥିବା ଇଣ୍ଡିଆନ୍ ୟୁନିଭର୍ସିଟି, ଏରିଜୋନା ଷ୍ଟେଟ୍ ବିଶ୍ବବିଦ୍ୟାଳୟ, ଏବଂ ସେଣ୍ଟ ଲୁଇସ୍ ଥିବା ଓ୍ବାଶିଂଟନ ୟୁନିଭର୍ସିଟି ସହିତ ଅଧିକାଂଶ ବିଶ୍ବବିଦ୍ୟାଳୟ ପରିସରରେ ପ୍ରାୟ ୨୭୫ଜ

ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାୟୀନଙ୍କ ବିକ୍ଷୋଭ ପ୍ରଦର୍ଶନ; ୯୦୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ନ୍ୟୁୟର୍କର କଲମ୍ବିଆ ବିଶ୍ବବିଦ୍ୟାଳୟରେ ପରେ ଏବେ ଆମେରିକାର ପ୍ରମୁଖ ବିଶ୍ବବିଦ୍ୟାଳୟ ଗୁଡ଼ିକ ପାଲେଷ୍ଟାୟୀନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାଓ୍ବାର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଇସ୍ରାଏଲକୁ ବିରୋଧୀ କରି ପ୍ରଦର୍ଶନକାରୀମାନେ ହାଓ୍ବାର୍ଡ ୟାର୍ଡ ନିକଟରେ ଥିବା ପ୍ରତିମୂର୍ତ୍ତୀ ଉପରେ ପାଲେଷ୍ଟାୟୀନ ପତାକା ଉଡ଼ାଇଛନ୍ତି । ଏହି ସ୍ଥାନ ଆମେରିକୀୟ ଜାତୀୟ ପତାକା ପାଇଁ ସଂରକ୍ଷିତ ରହିଥାଏ । ଏହି ସ୍ଥାନକୁ କବଜା କରି ନେଇଥିଲେ ପ୍ରଦର୍ଶନକାରୀ । ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକା ପୋଲିସ୍ ପ୍ରାୟ ୨୭୫ଜଣଙ୍କୁ ଗିରଫ କରିଛି  । ତେବେ ବର୍ତ୍ତମାନ ସୁଦ୍ଧା ୯୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ।

ଶନିବାର ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ଏହି ସେହି ସମୟରେ ହୋଇଥିଲା , ଯେତେବେଳେ  ପ୍ରଦର୍ଶନକାରୀମାନେ ଆଇବୀ ଲିଗ୍ ସ୍କୁଲ ପରିସରରେ ଜାରି ରହିଥିବା ଆନ୍ଦୋଳନକୁ ସମାପ୍ତ କରିବାକୁ ମନା କରିଥିଲେ । ହାଓ୍ବାର୍ଡ ମୁଖପାତ୍ର କହିଛନ୍ତି, ଏହି ଘଟଣା ବିଶ୍ବବିଦ୍ୟାଳୟର ନିୟମକୁ ଉଲ୍ଲଙ୍ଘନ କରୁଛି । ତେଣୁ ଏଥିରେ ସାମିଲ୍ ଥିବା ଛାତ୍ରଛାତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । 

କେବଳ ଶନିବାର, ବ୍ଲୁମିଗଟନରେ ଥିବା ଇଣ୍ଡିଆନ୍ ୟୁନିଭର୍ସିଟି, ଏରିଜୋନା ଷ୍ଟେଟ୍ ବିଶ୍ବବିଦ୍ୟାଳୟ, ଏବଂ ସେଣ୍ଟ ଲୁଇସ୍ ଥିବା ଓ୍ବାଶିଂଟନ ୟୁନିଭର୍ସିଟି ସହିତ ଅଧିକାଂଶ ବିଶ୍ବବିଦ୍ୟାଳୟ ପରିସରରେ ପ୍ରାୟ ୨୭୫ଜଣଙ୍କୁ ଗିରଫ କରାଯାଇଛି । କଲମ୍ବିଆ ୟୁନିଭର୍ସିଟିକୁ ଇସ୍ରାଏଲ୍ ବିରୋଧୀ ଆନ୍ଦୋଳନର କେନ୍ଦ୍ରସ୍ଥଳ ବିବେଚନା କରାଯାଉଛି । ଏଠାରୁ ପ୍ରାୟ ୫୫୦ ଅଧିକ ଛାତ୍ରଛାତ୍ରୀଙ୍କୁ  ଗିରଫ କରାଗଲାଣି । ତେବେ ଏପର୍ଯ୍ୟନ୍ତ ପ୍ରାୟ ୯୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।