ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର
ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଅଭିଭାବକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରି ଖବର ମିଳିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ତୁରନ୍ତ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୂଚନା […] The post ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର appeared first on Dharitri Odia News.
ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଅଭିଭାବକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରି ଖବର ମିଳିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ତୁରନ୍ତ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୦ରେ ସ୍କୁଲ ଚାଲିଥିବା ବେଳେ ୨ ଜଣ ଛାତ୍ର ଏକ ସାଇକେଲ ନେଇ ସ୍କୁଲରୁ ଏକ କିଲୋମିଟର ଦୂର ବଜାରକୁ ଯାଇଥିଲେ। ଏକ ଦୋକାନରେ ଠିଆ ହୋଇ ମୂଲଚାଲ କରିବା ପରେ ଆଳୁ ଓ ପିଆଜ କିଣି ବସ୍ତାରେ ପୂରାଇଥିଲେ। ପରେ ସେହି ବସ୍ତାକୁ ସାଇକେଲରେ ଲଦି ସ୍କୁଲ ଅଭିମୁଖେ ସାଇକେଲ ଗଡ଼ାଇ ଗଡ଼ାଇ ଆସିଥିଲେ। ବାଟରେ ଆଉ କେତୋଟି ଦୋକାନରେ ରହି କିଛି ସାମଗ୍ରୀ ମଧ୍ୟ କିଣିଥିଲେ। କିଛି ସମୟ ପରେ ଦୁଇ ଛାତ୍ର ବିଦ୍ୟାଳୟରେ ପହଞ୍ଚି ଆଳୁ ଓ ପିଆଜ ବସ୍ତାକୁ ରୋଷେଇ ଘରେ ରଖିଥିଲେ। କିଣାଯାଇଥିବା ଆଳୁ ଓ ପିଆଜ ମଧ୍ୟାନ୍ନ ଭୋଜନରେ ଲଗାଯାଇଥିଲା। ମଧ୍ୟାନ୍ନ ଭୋଜନ ବାବଦ ଅର୍ଥ ସରକାର ସିଧାସଳଖ ପ୍ରଧାନ ଶିକ୍ଷକଙ୍କ ପାଖକୁ ପଠାଉଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଜାରରୁ ରୋଷେଇ ସାମଗ୍ରୀ କିଣିବାର ନିୟମ ରହିଛି। କିନ୍ତୁ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ କିପରି ୨ ଛାତ୍ରଙ୍କୁ ବଜାରକୁ ପଠାଯାଇ ଆଳୁ, ପିଆଜ କିଣି ଅଣାଗଲା ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ପିଲାମାନେ ପାଠପଢ଼ିବାକୁ ଆସୁଥିବା ବେଳେ ସେମାନଙ୍କୁ କିପରି ବଜାରକୁ ପଠାଗଲା ଓ ଏହି ସମୟରେ ଦୁର୍ଘଟଣା ଘଟିଥିଲେ କିଏ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ ପଟ୍ଟନାୟକ କହିଛନ୍ତି, ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର କୌଣସି କାର୍ଯ୍ୟରେ ଲଗାଯିବା କଥା ନୁହେଁ। ଘଟଣା ଦୃଷ୍ଟିକୁ ଆସିବା ପରେ ତୁରନ୍ତ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଯୋଗାଯୋଗ ସମ୍ଭବ ନ ହେବାରୁ ଘଟଣା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।
The post ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର appeared first on Dharitri Odia News.