ନିକୁସୋର୍ ଡାନ୍ ରୋମାନିଆ ରାଷ୍ଟ୍ରପତି ନିର୍ବାଚିତ
ବୁଚାରେଷ୍ଟ,୨୦ା୫: ରୋମାନିଆ ରାଷ୍ଟ୍ରପତି ନିର୍ବାଚନରେ ୟୁରୋପୀୟ ସଂଘ ସପକ୍ଷବାଦୀ ବୁଚାରେଷ୍ଟ ମେୟର ନିକୁସୋର ଡାନ୍ ବିଜୟୀ ହୋଇଛନ୍ତି। ରୋମାନିଆର ଦକ୍ଷିଣପନ୍ଥୀ ଜାତୀୟତାବାଦୀ ମାନଙ୍କୁ ପରାସ୍ତ କରିବାରେ ଡାନ୍ ସଫଳ ହୋଇଛନ୍ତି। ଡାନ୍ଙ୍କୁ ୫୩.୪ ପ୍ରତିଶତ ଭୋଟ ମିଳିଥିବାବେଳେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ଜର୍ଜ ସିମିଅନ୍ଙ୍କଠାରୁ ସେ ଆଗରେ ଅଛନ୍ତି। ଉତ୍ତେଜନାପୂର୍ଣ୍ଣ ନିର୍ବାଚନ ମଧ୍ୟରେ ଇୟୁ ସପକ୍ଷବାଦୀ ପ୍ରାର୍ଥୀଙ୍କ ବିଜୟକୁ ଅନେକ ଭୂରାଜନୈତକ ପସନ୍ଦ ଭାବେ ଦେଖୁଛନ୍ତି। ୫୫ ବର୍ଷୀୟ ଡାନ୍ ଜଣେ ଗଣିତଜ୍ଞ ଏବଂ ପାଶ୍ଚାତ୍ୟ ସପକ୍ଷବାଦୀ ସଂସ୍କାରକ। The post ନିକୁସୋର୍ ଡାନ୍ ରୋମାନିଆ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.
ବୁଚାରେଷ୍ଟ,୨୦ା୫: ରୋମାନିଆ ରାଷ୍ଟ୍ରପତି ନିର୍ବାଚନରେ ୟୁରୋପୀୟ ସଂଘ ସପକ୍ଷବାଦୀ ବୁଚାରେଷ୍ଟ ମେୟର ନିକୁସୋର ଡାନ୍ ବିଜୟୀ ହୋଇଛନ୍ତି। ରୋମାନିଆର ଦକ୍ଷିଣପନ୍ଥୀ ଜାତୀୟତାବାଦୀ ମାନଙ୍କୁ ପରାସ୍ତ କରିବାରେ ଡାନ୍ ସଫଳ ହୋଇଛନ୍ତି। ଡାନ୍ଙ୍କୁ ୫୩.୪ ପ୍ରତିଶତ ଭୋଟ ମିଳିଥିବାବେଳେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ଜର୍ଜ ସିମିଅନ୍ଙ୍କଠାରୁ ସେ ଆଗରେ ଅଛନ୍ତି। ଉତ୍ତେଜନାପୂର୍ଣ୍ଣ ନିର୍ବାଚନ ମଧ୍ୟରେ ଇୟୁ ସପକ୍ଷବାଦୀ ପ୍ରାର୍ଥୀଙ୍କ ବିଜୟକୁ ଅନେକ ଭୂରାଜନୈତକ ପସନ୍ଦ ଭାବେ ଦେଖୁଛନ୍ତି। ୫୫ ବର୍ଷୀୟ ଡାନ୍ ଜଣେ ଗଣିତଜ୍ଞ ଏବଂ ପାଶ୍ଚାତ୍ୟ ସପକ୍ଷବାଦୀ ସଂସ୍କାରକ।
The post ନିକୁସୋର୍ ଡାନ୍ ରୋମାନିଆ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.