ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବି ପ୍ରସବକାଳୀନ ଛୁଟି ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ
ନନ୍ଦିଘୋଷ ବ୍ୟୁରୋ : ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବା ପାଇଁ... The post ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବି ପ୍ରସବକାଳୀନ ଛୁଟି ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ appeared first on .
ନନ୍ଦିଘୋଷ ବ୍ୟୁରୋ : ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବା ପାଇଁ ଯୋଗ୍ୟ। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ଯ ସରକାର ଆବେଦନ କରିଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବାକୁ ଯୋଗ୍ୟ । ପୂର୍ବ ଖଣ୍ଡପୀଠ ଦେଇଥିବା ରାୟକୁ ୮ ସପ୍ତାହ ମଧ୍ଯରେ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ୧୭ ଅଗଷ୍ଟ ୨୦୧୬ରୁ ୨୦୧୭ ଫେବ୍ରୁଆରୀ ୧୨ ଯାଏ ପ୍ରସବକାଳୀନ ଛୁଟି ଆବେଦନ କରିଥିଲେ। ଏଭଳି ଛୁଟି ପାଇଁ ଚୁକ୍ତି ଅନୁଯାଇ ସେ ଯୋଗ୍ଯ ନୁହନ୍ତି ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ବିଭାଗୀୟ ଅଧିକାରୀ। କିନ୍ତୁ ମହିିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ।
The post ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବି ପ୍ରସବକାଳୀନ ଛୁଟି ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ appeared first on .