ମୋଦିଙ୍କ ଉପରେ ବର୍ଷିଲେ ‘ଇଣ୍ଡିଆ’ ମେଣ୍ଟର ନେତା, ଜାଣନ୍ତୁ ଖଡଗେ କହିଲେ କ’ଣ?
ମୁମ୍ବାଇ ୧୮।୫: ମଲ୍ଲିକାର୍ଜୁନ ଖଡଗେ ଓ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବୟାନ ‘ବିପକ୍ଷ ମେଣ୍ଟ ଶାସନକୁ ଆସିଲେ ଅଯୋଧ୍ୟା ରାମ ମନ୍ଦିର ଉପରେ ବୁଲଡୋଜର ଚଲାଇଦେବା’କୁ ନେଇ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ବିପକ୍ଷ ମେଣ୍ଟ ସବୁ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ରକ୍ଷା କରିବ ଓ ଏହା ସୁନିଶ୍ଚିତ କରିବାକୁ ସଂକଳ୍ପ ବଦ୍ଧ ଯେ ଦେଶର ସଞ୍ଚାଳନ ସମ୍ବିଧାନ ଅନୁସାରେ ହେଉ। ଏଥିରେ ପ୍ରଧାନମନ୍ତ୍ରୀ ଦେଉଥିବା ବୟାନ ଲୋକଙ୍କୁ ଉତ୍ତେଜିତ ଓ ଭ୍ରମିତ କରିବା ପାଇଁ ବୋଲି ଖଡଗେ କହିଛନ୍ତି। ମେ ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନର ଶନିବାର ଶେଷ ଦିନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ଶିବସେନା-ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସମ୍ମିଳନୀକୁ ମିଳିତ ସମ୍ବୋଧିତ କରିଛନ୍ତି। ଏଥିରେ ଇଣ୍ଡିଆ ମେଣ୍ଟ ନେତାମାନେ ପ୍ରଧାନମନ୍ତ୍ରୀ କରୁଥିବା ଅଭିଯୋଗ ସମ୍ପର୍କିତ ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଏବେ ଜନସଭା ମାନଙ୍କରେ ବିରୋଧୀଙ୍କ ମେଣ୍ଟ ଶାସନକୁ ଆସିଲେ ଅଯୋଧ୍ୟା ରାମ ମନ୍ଦିର ଭାଙ୍ଗିଦେବେ, ଅନୁସୂଚିତ ଜାତି(ଏସସି) ଅନୁସୂଚିତ ଜନଜାତି (ଏସଟି) ଓ ପଛୁଆବର୍ଗଙ୍କ ଆରକ୍
ମୁମ୍ବାଇ ୧୮।୫: ମଲ୍ଲିକାର୍ଜୁନ ଖଡଗେ ଓ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବୟାନ ‘ବିପକ୍ଷ ମେଣ୍ଟ ଶାସନକୁ ଆସିଲେ ଅଯୋଧ୍ୟା ରାମ ମନ୍ଦିର ଉପରେ ବୁଲଡୋଜର ଚଲାଇଦେବା’କୁ ନେଇ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ବିପକ୍ଷ ମେଣ୍ଟ ସବୁ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ରକ୍ଷା କରିବ ଓ ଏହା ସୁନିଶ୍ଚିତ କରିବାକୁ ସଂକଳ୍ପ ବଦ୍ଧ ଯେ ଦେଶର ସଞ୍ଚାଳନ ସମ୍ବିଧାନ ଅନୁସାରେ ହେଉ। ଏଥିରେ ପ୍ରଧାନମନ୍ତ୍ରୀ ଦେଉଥିବା ବୟାନ ଲୋକଙ୍କୁ ଉତ୍ତେଜିତ ଓ ଭ୍ରମିତ କରିବା ପାଇଁ ବୋଲି ଖଡଗେ କହିଛନ୍ତି।
ମେ ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନର ଶନିବାର ଶେଷ ଦିନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ଶିବସେନା-ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସମ୍ମିଳନୀକୁ ମିଳିତ ସମ୍ବୋଧିତ କରିଛନ୍ତି। ଏଥିରେ ଇଣ୍ଡିଆ ମେଣ୍ଟ ନେତାମାନେ ପ୍ରଧାନମନ୍ତ୍ରୀ କରୁଥିବା ଅଭିଯୋଗ ସମ୍ପର୍କିତ ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି।
ପ୍ରଧାନମନ୍ତ୍ରୀ ଏବେ ଜନସଭା ମାନଙ୍କରେ ବିରୋଧୀଙ୍କ ମେଣ୍ଟ ଶାସନକୁ ଆସିଲେ ଅଯୋଧ୍ୟା ରାମ ମନ୍ଦିର ଭାଙ୍ଗିଦେବେ, ଅନୁସୂଚିତ ଜାତି(ଏସସି) ଅନୁସୂଚିତ ଜନଜାତି (ଏସଟି) ଓ ପଛୁଆବର୍ଗଙ୍କ ଆରକ୍ଷଣ ପ୍ରତିଶତ ହ୍ରାସ କରିବେ ଏବଂ ଜମ୍ମୁ-କାଶ୍ମୀରରେ ପୁଣି ଧାରା ୩୭୦ ଲଗାଇ ଦେବେ ବୋଲି ଅଭିଯୋଗ କରୁଛନ୍ତି। ଏହାର ଜବାବରେ ଇଣ୍ଡିଆ ମେଣ୍ଟ ନେତାମାନେ ଏହି ସବୁ କଥାରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଉସକଉ ଥିବାର ଅଭିଯୋଗ କରିଛନ୍ତି, ତେବେ ମେଣ୍ଟର ଏପରି କୌଣସି ଉଦ୍ଦେଶ୍ୟ ନଥିବା ଖଡଗେ ସ୍ପଷ୍ଟ କରିଦେଇଛନ୍ତି।
ଏହି ଅବସରରେ ଶିବସେନା-ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ କେନ୍ଦ୍ରରେ ମେଣ୍ଟ ସରକାର ହେଲେ ଅଯୋଧ୍ୟାରେ ରାମମନ୍ଦିରର ନିର୍ମାଣ କାମକୁ ପୁରା କରିବ ବୋଲି କହିଛନ୍ତି। ସେହିପରି ଶରଦ ପାୱାର କେବଳ ମନ୍ଦିର ନୁହେଁ ସବୁ ଧର୍ମର ପୂଜାସ୍ଥଳ ସୁରକ୍ଷା ତାଙ୍କ ସରକାରର କର୍ତ୍ତବ୍ୟ ହେବ ବୋଲି କହିଛନ୍ତି। ସେହପରି ସମ୍ବିଧାନରେ ଦିଆଯାଇଥିବା ସଂରକ୍ଷଣ ସୁବିଧା ଦେଶରେ କାୟମ ରହିବ ବୋଲି ଖଡଗେ କହିଛନ୍ତି। ସେ କହିଛନ୍ତି ଯେ ଆମେ କେବେ କାହା ଉପରେ ବୁଲଡୋଜର ଚଳାଇ ନାହୁଁ, ଯେଉଁମାନେ ଚଳାଉଛନ୍ତି ସେମାନେ ଏପରି ମିଥ୍ୟା ପ୍ରଚାର କରୁଛନ୍ତି।
ସେହିପରି ଅନୁଚ୍ଛେଦ ୩୭୦ ନେଇ ପ୍ରଶ୍ନ କରାଯିବାରୁ ଖଡଗେ କହିଛନ୍ତି ଯେ ଆମେ ମୋଦିଙ୍କ ପ୍ରତି ଉତ୍ତରଦାୟୀ ନୁହଁ, ହେଲେ ହେଲେ ଆମେ ଆମ ଘୋଷଣାପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଇଛୁ ତାକୁ ନିଶ୍ଚିତ ପୂରଣ କରିବୁ। ମୋଦି ଯେଉଁଠାକୁ ଯାଉଛନ୍ତି ସେଠାରେ ବିଭାଜନର କଥା କହୁଛନ୍ତିଷ ସମାଜକୁ ବାଣ୍ଟିବାର କଥା କହୁଛନ୍ତି ବୋଲି ଖଡଗେ କହିଛନ୍ତି, ହେଲେ ଆମର ସେପରି ମାନସିକତା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଖଡଗେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ପ୍ରସଙ୍ଗରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏବେ ଦେଶରେ ଲୋକଙ୍କୁ ମାତ୍ର ୫ କେଜି ଖାଦ୍ୟ ଶଶ୍ୟ ମିଳୁଛି, ହେଲେ କଂଗ୍ରେସ ଏହାକୁ ୧୦ କେଜି କରିବ ବୋଲି ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି।