ସ୍ତ୍ରୀ ମାନ୍ୟତା ସହ ନେଇଥିବା ୨ ଲକ୍ଷ ଟଙ୍କା ଫେରସ୍ତ ଦାବି, ଯୁବକଙ୍କ ଘର ସମ୍ମୁଖରେ ଯୁବତୀଙ୍କ ଧାରଣା
ସାଲେପୁର ୧୧।୩: ପ୍ରଥମେ ପ୍ରେମ । ପରେ ପ୍ରେମିକା ଠାରୁ ୨ ଲକ୍ଷ ଟଙ୍କା ଆଣି ପ୍ରତାରଣା । ସ୍ତ୍ରୀର ମାନ୍ୟତା ଓ ନେଇଥିବା ଅର୍ଥ ଫେରସ୍ତ ଦାବି କରି ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ କମାରପଦାର ବାଲିସାହି ଗ୍ରାମରେ । ସୂଚନାଯୋଗ୍ୟ ଯେ, କମାରପଦା ବାଲିସାହି ଗ୍ରାମର ଭୋଳନାଥ ସେଠୀଙ୍କ ପୁଅ ଅମ୍ବିତ ସେଠୀ କେନ୍ଦୁଝର ଜିଲ୍ଲାର ସାକଁଇ ଗ୍ରାମର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଠି ଉଠିଥିଲା । ପରବର୍ତ୍ତୀ ସମୟରେ ଦୁହେଁ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଯୁବତୀ ଜଣଙ୍କ ବିବାହିତା ଥିଲେ । ପ୍ରଥମ ସ୍ୱାମୀକୁ ଛାଡି ଅମ୍ବିତ ସହ ମନ୍ଦିରରେ ବିବାହ କରି କମରପଦାର ଅମ୍ବିତଙ୍କ ଘରକୁ ଆସି ଏକାଠି ରହୁଥିଲେ । କିନ୍ତୁ ଏବେ ଯୁବତୀକୁ ମାରଧର କରିବା ସହିତ ସେ ଆଣିଥିବା ୨ ଲକ୍ଷ ଟଙ୍କା ନେଇଯାଇ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଯୁବତୀ ଜଣଙ୍କ କୌଣସି ଉପାୟ ନପାଇ ଅମ୍ବିତଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଥାନାକୁ ନେବା ସହ ଅମ୍ବିତକୁ ପୋଲିସ ଡ଼କାଇଛି । ଅନ୍ୟପଟେ ଏ ସମ୍ପର୍କରେ ଅମ୍ବିତଙ୍କ ମା’ ମତାମତ ଦେବା ପାଇଁ ମନା କରିଛନ୍ତି ।
ସାଲେପୁର ୧୧।୩: ପ୍ରଥମେ ପ୍ରେମ । ପରେ ପ୍ରେମିକା ଠାରୁ ୨ ଲକ୍ଷ ଟଙ୍କା ଆଣି ପ୍ରତାରଣା । ସ୍ତ୍ରୀର ମାନ୍ୟତା ଓ ନେଇଥିବା ଅର୍ଥ ଫେରସ୍ତ ଦାବି କରି ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ କମାରପଦାର ବାଲିସାହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, କମାରପଦା ବାଲିସାହି ଗ୍ରାମର ଭୋଳନାଥ ସେଠୀଙ୍କ ପୁଅ ଅମ୍ବିତ ସେଠୀ କେନ୍ଦୁଝର ଜିଲ୍ଲାର ସାକଁଇ ଗ୍ରାମର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଠି ଉଠିଥିଲା । ପରବର୍ତ୍ତୀ ସମୟରେ ଦୁହେଁ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଯୁବତୀ ଜଣଙ୍କ ବିବାହିତା ଥିଲେ । ପ୍ରଥମ ସ୍ୱାମୀକୁ ଛାଡି ଅମ୍ବିତ ସହ ମନ୍ଦିରରେ ବିବାହ କରି କମରପଦାର ଅମ୍ବିତଙ୍କ ଘରକୁ ଆସି ଏକାଠି ରହୁଥିଲେ । କିନ୍ତୁ ଏବେ ଯୁବତୀକୁ ମାରଧର କରିବା ସହିତ ସେ ଆଣିଥିବା ୨ ଲକ୍ଷ ଟଙ୍କା ନେଇଯାଇ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଯୁବତୀ ଜଣଙ୍କ କୌଣସି ଉପାୟ ନପାଇ ଅମ୍ବିତଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଥାନାକୁ ନେବା ସହ ଅମ୍ବିତକୁ ପୋଲିସ ଡ଼କାଇଛି । ଅନ୍ୟପଟେ ଏ ସମ୍ପର୍କରେ ଅମ୍ବିତଙ୍କ ମା’ ମତାମତ ଦେବା ପାଇଁ ମନା କରିଛନ୍ତି ।