ନିଜ ଯୁଦ୍ଧ ବିମାନକୁ ଗୁଳି କରି ଖସେଇ ଦେଲା ଆମେରିକୀୟ ଯୁଦ୍ଧପୋତ, ଜାଣନ୍ତୁ କିପରି ଅଛନ୍ତି ପାଇଲଟ?

ନୂଆଦିଲ୍ଲୀ ୨୨।୧୨: ଆମେରିକା ସେନା ଅନୁସାରେ ବନ୍ଧୁତ୍ୱପୂର୍ଣ୍ଣ ଯୁଦ୍ଧାଭ୍ୟାସରେ ଯୁଦ୍ଧପୋତ ଏକ ଫାଇଟରଜେଟ୍ କୁ ଖସେଇ ଦେଇଛି। ଲୋହିତ ସାଗରରେ ରବିବାର ସକାଳେ ଏହି ଘଟଣା ଘଟିଛି। ଆମେରିକାନ ସେଣ୍ଟ୍ରାଲ କମାଣ୍ଡ ଅନୁସାରେ ଏହି ଦୁର୍ଘଟଣାରେ ଫାଇଟର ଜେଟ୍‌ର ଦୁଇ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଜଣେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ୟୁଏସଏସ୍ ଗେଟିସବର୍ଗ ଏକ ଗାଇଡେଡ ମିସାଇଲ କ୍ରୁଜର ୟୁଏସଏସ୍ ହ୍ୟାରି ଏସ୍ ଟ୍ରୁମ୍ୟାନ ବିମାନବାହୀ ପୋତରୁ ଉଡାଣ କରିଥିବା ଏଫ/ଏ-୧୮ସୁପର ହର୍ଣ୍ଣେଟ୍ ଜେଟ୍‌ କୁ ଗୁଳି କରି ଖସାଇ ଦେଇଛି। ଏଫ/ଏ-୧୮ ଷ୍ଟ୍ରାଇକ୍ ଫାଇଟର ସ୍କ୍ୱାଡ୍ରନ ୧୧ର ଅଂଶବିଶେଷ ଥିଲା। ଯୁଦ୍ଧ ସମୟରେ ଜାହାଜ ରାଡାର ଓ ରେଡିଓ ଉଭୟ ସହ ସଂଯୁକ୍ତ ଥାଏ। ତେବେ ଏହା ତୁରନ୍ତ ସ୍ପଷ୍ଟ ହୋଇ ପାରିନାହିଁ ଗେଟିସବର୍ଗ ଏଫ/ଏ-୧୮କୁ ଶତ୍ରୁ ବିମାନ ନା କ୍ଷେପଣାସ୍ତ୍ର ଭାବେ କିପରି ଚିହ୍ନଟ କଲା। ତେବେ ସେଣ୍ଟ୍ରାଲ କମାଣ୍ଡ ଏହା ଶତ୍ରୁତା ପୂର୍ବକ ଆକ୍ରମଣର ଫଳାଫଳ ନୁହେଁ ବୋଲି ସ୍ପଷ୍ଟ କରିଛି। ଘଟଣା ସମୟରେ ଆମେରିକୀୟ ସେନା ୟେମେନର ହୁତୀ ଟାର୍ଗେଟ୍ ଉପରେ ଯୁଦ୍ଧବିମାନ ଆକ୍ରମଣ କରୁଥିଲା। ???? #BREAKING: A U.S. F/A-18 Super Hornet fighter jet was just SH0T DOWN by a U.S. guided missile destroyer over the Red SeaThis pretty much sums up Biden’s military for you.The Two Navy F/A 18F

ନିଜ ଯୁଦ୍ଧ ବିମାନକୁ ଗୁଳି କରି ଖସେଇ ଦେଲା ଆମେରିକୀୟ ଯୁଦ୍ଧପୋତ, ଜାଣନ୍ତୁ କିପରି ଅଛନ୍ତି ପାଇଲଟ?

ନୂଆଦିଲ୍ଲୀ ୨୨।୧୨: ଆମେରିକା ସେନା ଅନୁସାରେ ବନ୍ଧୁତ୍ୱପୂର୍ଣ୍ଣ ଯୁଦ୍ଧାଭ୍ୟାସରେ ଯୁଦ୍ଧପୋତ ଏକ ଫାଇଟରଜେଟ୍ କୁ ଖସେଇ ଦେଇଛି। ଲୋହିତ ସାଗରରେ ରବିବାର ସକାଳେ ଏହି ଘଟଣା ଘଟିଛି। ଆମେରିକାନ ସେଣ୍ଟ୍ରାଲ କମାଣ୍ଡ ଅନୁସାରେ ଏହି ଦୁର୍ଘଟଣାରେ ଫାଇଟର ଜେଟ୍‌ର ଦୁଇ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଜଣେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ୟୁଏସଏସ୍ ଗେଟିସବର୍ଗ ଏକ ଗାଇଡେଡ ମିସାଇଲ କ୍ରୁଜର ୟୁଏସଏସ୍ ହ୍ୟାରି ଏସ୍ ଟ୍ରୁମ୍ୟାନ ବିମାନବାହୀ ପୋତରୁ ଉଡାଣ କରିଥିବା ଏଫ/ଏ-୧୮ସୁପର ହର୍ଣ୍ଣେଟ୍ ଜେଟ୍‌ କୁ ଗୁଳି କରି ଖସାଇ ଦେଇଛି। 

ଏଫ/ଏ-୧୮ ଷ୍ଟ୍ରାଇକ୍ ଫାଇଟର ସ୍କ୍ୱାଡ୍ରନ ୧୧ର ଅଂଶବିଶେଷ ଥିଲା। ଯୁଦ୍ଧ ସମୟରେ ଜାହାଜ ରାଡାର ଓ ରେଡିଓ ଉଭୟ ସହ ସଂଯୁକ୍ତ ଥାଏ। ତେବେ ଏହା ତୁରନ୍ତ ସ୍ପଷ୍ଟ ହୋଇ ପାରିନାହିଁ ଗେଟିସବର୍ଗ ଏଫ/ଏ-୧୮କୁ ଶତ୍ରୁ ବିମାନ ନା କ୍ଷେପଣାସ୍ତ୍ର ଭାବେ କିପରି ଚିହ୍ନଟ କଲା। ତେବେ ସେଣ୍ଟ୍ରାଲ କମାଣ୍ଡ ଏହା ଶତ୍ରୁତା ପୂର୍ବକ ଆକ୍ରମଣର ଫଳାଫଳ ନୁହେଁ ବୋଲି ସ୍ପଷ୍ଟ କରିଛି। ଘଟଣା ସମୟରେ ଆମେରିକୀୟ ସେନା ୟେମେନର ହୁତୀ ଟାର୍ଗେଟ୍ ଉପରେ ଯୁଦ୍ଧବିମାନ ଆକ୍ରମଣ କରୁଥିଲା। 


ଏଥିରେ ସେଣ୍ଟ୍ରାଲ କମାଣ୍ଡ ହୁତୀ ମାନଙ୍କ କ୍ଷେପଣାସ୍ତ୍ର ଭଣ୍ଡାରଣ ସୁବିଧା ଓ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ଫାସେଲିଟିକୁ ଟାର୍ଗେଟ କରୁଥିଲେ। ଟ୍ରୁମ୍ୟାନ ବିମାନବାହୀ ପୋତ ଏହି ଅଞ୍ଚଳକୁ ପ୍ରବେଶ କରିବା ପରେ ଆମେରିକା ପାଲେଷ୍ଟେନୀୟଙ୍କୁ ସହାୟତା କରୁଥିବା ହୁତୀଙ୍କ ବିରୋଧରେ ଏୟାରଫୋର୍ସ ଆକ୍ରମଣ ବଢାଇ ଦେଇଛି। ୨୦୨୩ ଅକ୍ଟୋବରରେ ହମାସ-ଇସ୍ରାଏଲ ଯୁଦ୍ଧ ପରଠାରୁ ହୁତୀମାନେ ଲାଲ ସାଗରରେ ୧୦୦ରୁ ଅଧିକ ବ୍ୟବସାୟୀକ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଏଣୁ ଆମେରିକା ଏବେ ହୁତୀଙ୍କ ଲାଗି ଲୋହିତ ସାଗର ଉପରେ ନିଜର ଦୃଷ୍ଟି ନିବିଦ୍ଧ କରିଛି।