ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୯।୪: କମିଲା ରେପୋ ରେଟ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ରେପୋ ରେଟ୍‌ ୬.୦%କୁ ହ୍ରାସ ପାଇଛି। RBIର ଏହି ପଦକ୍ଷେପର ସିଧାସଳଖ ପ୍ରଭାବ ବ୍ୟାଙ୍କର ଋଣ, ଋଣ ହାର ଏବଂ EMI ଉପରେ ପଡ଼ିବ। ଆରବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରା ନୀତି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇ ଗଭର୍ନର କହିଛନ୍ତି, ନୂତନ […] The post ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ appeared first on Dharitri Odia News.

ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୯।୪: କମିଲା ରେପୋ ରେଟ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ରେପୋ ରେଟ୍‌ ୬.୦%କୁ ହ୍ରାସ ପାଇଛି। RBIର ଏହି ପଦକ୍ଷେପର ସିଧାସଳଖ ପ୍ରଭାବ ବ୍ୟାଙ୍କର ଋଣ, ଋଣ ହାର ଏବଂ EMI ଉପରେ ପଡ଼ିବ। ଆରବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରା ନୀତି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।

ଆରବିଆଇ ଗଭର୍ନର କହିଛନ୍ତି, ନୂତନ ଆର୍ଥିକ ବର୍ଷ ବିଶ୍ୱ ଅର୍ଥନୀତିରେ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା। ବିଶ୍ୱ ଅନିଶ୍ଚିତତା ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ନଜର ରଖିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ଶୁଳ୍କ ଲଗାଇବାର କିଛି ଦିନ ପରେ RBIର ଏହି ପଦକ୍ଷେପ ନିଆଯାଇଛି।

୭ ରୁ ୯ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିବା ଏମପିସି ବୈଠକ ପରେ ବୁଧବାର ସକାଳେ ଆରବିଆଇ ଏହି ନିଷ୍ପତ୍ତି ନେଇଛି। ଲୋକଙ୍କ ଘର ଏବଂ ଗାଡ଼ି ଋଣର EMI ହ୍ରାସ ପାଇବ। ଲଗାତାର ଦ୍ୱିତୀୟ ଥର ପାଇଁ RBI ରେପୋ ରେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।

ଗତ ଫେବୃଆରୀରେ, RBI ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିଥିଲା, ଯାହା ପରେ ରେପୋ ରେଟ୍‌ ୬.୫୦% ରୁ ୬.୨୫% କୁ ହ୍ରାସ ପାଇଥିଲା। ଜୁନ ୨୦୨୩ରେ, RBI ଦ୍ୱାରା ରେପୋ ହାର ୬.୫୦%କୁ ବୃଦ୍ଧି କରାଯାଇଥିଲା।

 

The post ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ appeared first on Dharitri Odia News.