ପୁଞ୍ଛ ଓ କଥୁଆରେ ସେନା-ଆତଙ୍କବାଦୀ ମୁହାଁମୁହିଁ
ଜମ୍ମୁ: କଥୁଆ ଜିଲ୍ଲାର ଜଙ୍ଗଲରେ ମିଳିତ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆଜି ଅପରାହ୍ଣରେ ସୁରକ୍ଷାକର୍ମୀଙ୍କ ଖୋଜ ଦଳ ପଇଁତରା ମାରୁଥିବା ବେଳେ ବନି ଇଲାକାର ନୁକ୍ନାଲି ନାଲା ଠାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣର ସମ୍ନା କରିଥିଲେ। ପ୍ରତିରକ୍ଷା ନିମନ୍ତେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ। ସେନାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ଗୁଳି ବିନିମୟ ଜାରି ରହିଛି। ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନାରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଘେରାବନ୍ଦୀରେ […]

ଜମ୍ମୁ: କଥୁଆ ଜିଲ୍ଲାର ଜଙ୍ଗଲରେ ମିଳିତ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆଜି ଅପରାହ୍ଣରେ ସୁରକ୍ଷାକର୍ମୀଙ୍କ ଖୋଜ ଦଳ ପଇଁତରା ମାରୁଥିବା ବେଳେ ବନି ଇଲାକାର ନୁକ୍ନାଲି ନାଲା ଠାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣର ସମ୍ନା କରିଥିଲେ। ପ୍ରତିରକ୍ଷା ନିମନ୍ତେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ। ସେନାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ଗୁଳି ବିନିମୟ ଜାରି ରହିଛି। ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନାରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଘେରାବନ୍ଦୀରେ ଆତଙ୍କବାଦୀ ସଂଗଠନର ଏକ ବରିଷ୍ଠ ନେତା ଫସିଥିବା ଅନୁମାନ କରାଯାଉଛି। ଗତକାଲି ପୁଞ୍ଛ ଜିଲ୍ଲାର ମେନ୍ଧର ଉପଖଣ୍ଡର ଗୁରସାଇ ଟାପୁର ପଥନାତୀର ନିକଟରେ ଆତଙ୍କାବାଦୀ ଓ ସେନାବାହିନୀ ଗୁଳିବିନିମୟ ହୋଇଥିଲା।