ମେଷ

ଆଜି ବୃହସ୍ପତି ଓ ଚନ୍ଦ୍ରଙ୍କ ସୁଦୃଷ୍ଟି ପ୍ରଭାବରୁ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା, କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି ହେବ। ସକାଳ ସମୟ ଯାତ୍ରା, ବ୍ୟବସାୟ ଓ ବନ୍ଧୁ ମିଳନ ପାଇଁ ବହୁତ ଭଲ। ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ସମ୍ଭାବନା ରହିଛି। କ୍ରନିକ୍ ରୋଗୀ ବିଶେଷତଃ ଗ୍ୟାଷ୍ଟ୍ରିକ୍ ରୋଗୀଙ୍କ ସକାଶେ ସମୟ ଅନୁକୂଳ ନୁହେଁ।
ବୃଷ

ଚନ୍ଦ୍ରଙ୍କ ମୁଖାବସ୍ଥାନରୁ ହସି କଥାକହି କାର୍ଯ୍ୟ ହାସଲ କରିବେ। ଉଚ୍ଚାରୋହୀ ରବିଙ୍କ ସ୍ଥିତିରୁ ଅଫିସରେ ଉଚ୍ଚ କର୍ତ୍ତୃପକ୍ଷ ସହଯୋଗର ପ୍ରତିଶ୍ରୁତି ଦେବେ। ନୂତନ ଯୋଜନାରେ ଶିଥିଳତା ଦେଖାଦେବାରୁ ମାନ ଭଲ ରହି ନ ପାରେ। ଆନୁଷ୍ଠାନିକ କାମରେ ବିଭିନ୍ନ ଦିଗରୁ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ।
ମିଥୁନ

ରାଶିରେ ଚନ୍ଦ୍ରଙ୍କ ସ୍ଥିତିରୁ ଆଜି ଆପଣ ସଠିକ୍ ନିଷ୍ପତ୍ତି ନେଇ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। କିନ୍ତୁ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ଦୂରଯାତ୍ରା, ପରିବହନ ଓ ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ

ଆଜିର ଗ୍ରହଯୋଗ ଅନୁସାରେ ଶୁଭାଶୁଭ ମିଶ୍ରିତ ଫଳ ଅନୁଭବ କରିବେ। ଯାହା କରିବା ପାଇଁ ଭାବୁଥିବେ, ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ଅଟକି ରହିଯିବେ। ତଥାପି ଆପଣ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଆଶା କ୍ଷୀଣ ହୋଇପାରେ।
ସି˚ହ

ନିଜ ଲୋକଙ୍କଠାରୁ ସହଯୋଗର ଅଭାବ କାର୍ଯ୍ୟ ହାସଲରେ ସମସ୍ୟା ସୃଷ୍ଟି କରିବ। ଖୋଜୁଥିବା ବନ୍ଧୁଟିକୁ ପାଖରେ ପାଇ ଖୁସି ହୋଇଯିବେ। ଶିକ୍ଷା, ପରୀକ୍ଷାଦି ସନ୍ତୋଷଜନକ ନ ହେଲେ ମଧ୍ୟ ବିଶେଷ କିଛି ଖରାପ ହେବନାହିଁ। ସବୁ ସମୟରେ ମିଶୁଥିବା ବନ୍ଧୁଟିର ପରାମର୍ଶରେ ଧର୍ମକାର୍ଯ୍ୟ କରିବା ସକାଶେ ମନ ବଳାଇବେ।
କନ୍ୟା

ବୁଧାଦିତ୍ୟ ଯୋଗଜନିତ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସମ୍ଭାବନା ରହିଛି। ବିଶେଷ ଆବଶ୍ୟକତା କାରଣରୁ ଗାଡ଼ି ମୋଟର କିମ୍ବା ମୂଲ୍ୟବାନ୍ ଜିନିଷ କିଣିପାରନ୍ତି। ମନୋରଞ୍ଜନ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପାଇଁ ଦିନଟି ବହୁତ ଭଲ। ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ।
ତୁଳା

କର୍ମକ୍ଷେତ୍ରରେ ସହଯୋଗ ଲାଭ କରି ଅଟକିଥିବା କାମ ପୂର୍ଣ୍ଣାଙ୍ଗ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କ ସହ ଉଚ୍ଚବାଚ ଘଟିପାରେ। ପରିସ୍ଥିତିରେ ପଡ଼ି ଘର ସାଜସଜ୍ଜାରେ କିମ୍ବା ମରାମତିରେ ସ୍ବାତୀ ନକ୍ଷତ୍ର ବ୍ୟସ୍ତ ରହିପାରନ୍ତି। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଓ ନିର୍ମାଣ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନ କ୍ଷେତ୍ର ମନ୍ଦ ହେବନି।
ବିଛା

ବିଭିନ୍ନ ସମସ୍ୟା ଏବଂ ପ୍ରତିରୋଧ କାରଣରୁ କେତେକ ଅପୂରଣୀୟ ଅଭିଳାଷ ସକାଶେ ମନ ଉଦ୍ବେଗ ରହିବ। ନିଜ ଲୋକଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ରହିବା ହେତୁ ଦୁଃଖ ପ୍ରକାଶ କରିବେ। ପଡୋଶୀଙ୍କ ପରାମର୍ଶ ଆଶା ସଂଚାର କରିବ। ବ୍ୟବସାୟ, ଯାତ୍ରା, ଆନୁଷ୍ଠାନିକ କାମ ଏବଂ ବିବାଦୀୟ ଘଟଣାର ସମାଧାନରେ ସଫଳତା ମିଳିବ।
ଧନୁ

କର୍ମକ୍ଷେତ୍ର୍ରରେ ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ। ବ୍ୟବସାୟିକ କାରବାର ବୃଦ୍ଧି ପାଇବା କାରଣରୁ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ଉଚ୍ଚାରୋହୀ ରବିଙ୍କ ଶୁଭ ପ୍ରଭାବରୁ ଆକସ୍ମିକ ଭାବେ ଉଚ୍ଚବର୍ଗଙ୍କ ସହାୟତା ପାଇବେ। ସ୍ତ୍ରୀ ଓ ପିଲାଛୁଆଙ୍କ ସ୍ବାସ୍ଥ୍ୟ ହାନି ହେତୁ ଅଧିକାଂଶ ସମୟ ଚିନ୍ତା କରିପାରନ୍ତି।
ମକର

ଶନି କ୍ଷେତ୍ରରେ ଧନସ୍ଥ ମଙ୍ଗଳ ଜମିଜମା କାରବାରରୁ ଲାଭବାନ୍ କରାଇବ। ମାଙ୍ଗଳିକ କାର୍ଯ୍ୟର ଆଲୋଚନାରୁ ପରିବାର ଭିତରେ ହସଖୁସିର ବାତାବରଣଜନିତ ମନ ପ୍ରଫୁଲ୍ଲ ରହିବ। ରୋଗପୀଡ଼ା ଲାଗି ରହୁଥିବାରୁ ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତପ୍ତ ହେବେ। ବନ୍ଧୁ ସମ୍ପର୍କ, ସାହିତ୍ୟ ଚର୍ଚ୍ଚା, କଳା, କାରିଗରି ଦିଗରୁ ମନଲାଖି ସୁଫଳ ପାଇବେ।
କୁମ୍ଭ

ଷଷ୍ଠାଧିପଙ୍କ ଆଜିର ସ୍ଥିତି ସନ୍ତାନଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିଫଳ ଆଲୋଚନାର କାରଣ ହେବ। ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ ଲୋକସମ୍ପର୍କ ବୃଦ୍ଧି ପାଇବ, କିନ୍ତୁ ଈର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ଟେନ୍ସନ ବଢ଼ିଯିବ। ବିଭିନ୍ନ ସୂତ୍ରରୁ ରୋଜଗାର କାରଣରୁ ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କଠାରୁ ହଠାତ୍ କୌଣସି ଖବର ପାଇ ଖୁସି ହୋଇପାରନ୍ତି।
ମୀନ
ରବି ସହ ରାହୁଙ୍କ ସମ୍ବନ୍ଧ ପଦାଧିକାରୀ କିମ୍ବା ବୟସ୍କବ୍ୟକ୍ତି ସହ କଳହର କାରଣ ହୋଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ରୋଗ,ଋଣ ଓ ଶତ୍ରୁତା ଆଜିର ଦୁଃଚିନ୍ତାର ମୁଖ୍ୟ କାରଣ ହେବ। ପୂର୍ବଭାଦ୍ରବ ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ।
The post ରାଶିଫଳ: ରବିବାର, ମାର୍ଚ୍ଚ ୧୭ ତାରିଖ – Daily Horoscope appeared first on Dharitri Odia News.