ସାପ କାତି ଭଳି ଚର୍ମ
ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ଯୁବକ ପ୍ରଭୁ ପ୍ରସାଦ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ସେ ନିଜର ବିରଳ ରୋଗ ପାଇଁ ସମସ୍ତଙ୍କୁ ଦୃଷ୍ଟିକୁ ଆସିଛନ୍ତି । ପ୍ରଭୁଙ୍କୁ ଏକ ବିରଳ ରୋଗ ହୋଇଛି ଯେଉଁଥିରେ ତାଙ୍କ ଚର୍ମ ସାପ କାତି ଭଳି ହୋଇଯାଉଛି । ଏହା ଏକ ବିରଳ ଚର୍ମ ରୋଗ । ଏହି ରୋଗ କାରଣରୁ ତାଙ୍କୁ ଅନେକ ସମସ୍ୟା ହେଉଥିବା ସେ ପ୍ରକାଶ କରିଛନ୍ତି । ଏହି ସମସ୍ୟା କାରଣରୁ […]

ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ଯୁବକ ପ୍ରଭୁ ପ୍ରସାଦ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ସେ ନିଜର ବିରଳ ରୋଗ ପାଇଁ ସମସ୍ତଙ୍କୁ ଦୃଷ୍ଟିକୁ ଆସିଛନ୍ତି । ପ୍ରଭୁଙ୍କୁ ଏକ ବିରଳ ରୋଗ ହୋଇଛି ଯେଉଁଥିରେ ତାଙ୍କ ଚର୍ମ ସାପ କାତି ଭଳି ହୋଇଯାଉଛି । ଏହା ଏକ ବିରଳ ଚର୍ମ ରୋଗ । ଏହି ରୋଗ କାରଣରୁ ତାଙ୍କୁ ଅନେକ ସମସ୍ୟା ହେଉଥିବା ସେ ପ୍ରକାଶ କରିଛନ୍ତି । ଏହି ସମସ୍ୟା କାରଣରୁ ତାଙ୍କୁ ପ୍ରତି ଘଣ୍ଟାରେ ଗାଧୋଇବାକୁ ପଡିଥାଏ, ଯାହା ଫଳରେ ତାଙ୍କର ଶରୀରରେ ହେଉଥିବା ପୋଡାଜଳା କମିବ । ସେ ସୂର୍ଯ୍ୟକିରଣକୁ ଯିବା ମାତ୍ରେ ତାଙ୍କ ଶରୀରରେ ଏହି ପୋଡାଜଳା ସମସ୍ୟା ହୋଇଥାଏ, ଯେଉଁ କାରଣରୁ ସେ ଖୁବ କମ ବାହାରକୁ ବାହାରିଥାଆନ୍ତି । ତେବେ ଏହି ବିରଳ ରୋଗର ଡାକ୍ତରୀ ନାଁ ଇଥିଓସିସ୍, ଯାହା ଖୁବ ବିରଳ । ଏହି ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କର ଚର୍ମ ସାପର କାତି ଭଳି ହୋଇଯାଇଥାଏ ।