ସେନ୍ସୋରିନୁ୍ୟରାଲ୍‌ ହିୟରିଂ ଲସ୍‌

ଏହି ସମସ୍ୟାରେ ରୋଗୀଙ୍କର କାନର ଭିତର ଅଂଶ ବା ଅଡିଟୋରି ନର୍ଭକୁ କ୍ଷତି ପହଞ୍ଚିଥାଏ । ଏହା କାରଣରୁ ପାଖାପାଖି ୯୦ ପ୍ରତିଶତ ଶ୍ରବଣ ଶକ୍ତି କମିଯାଇଥାଏ । ଏହି ରୋଗର କାରଣ ବିଶେଷଭାବେ ଅତ୍ୟଧୀକ ଶବ୍ଦ ଶୁଣିବାରୁ ହୋଇଥାଏ । ତେବେ କେତେକଙ୍କ କ୍ଷେତ୍ରରେ ଏହା ଜେନେଟିକ୍‌ ହୋଇଥିବାବେଳେ କିଛି କ୍ଷେତ୍ରରେ ବୟସ କାରଣରୁ ହୋଇଥାଏ । ଆମ କାନର ଭିତର ଅଂଶରେ ଏକ ଅଙ୍ଗ ରହିଛି କୋଚେଲା, ଯେଉଁଥିରେ ଛୋଟଛୋଟ କେଶ ରହିଥାଏ । […]

ସେନ୍ସୋରିନୁ୍ୟରାଲ୍‌ ହିୟରିଂ ଲସ୍‌
ସେନ୍ସୋରିନୁ୍ୟରାଲ୍‌ ହିୟରିଂ ଲସ୍‌

ଏହି ସମସ୍ୟାରେ ରୋଗୀଙ୍କର କାନର ଭିତର ଅଂଶ ବା ଅଡିଟୋରି ନର୍ଭକୁ କ୍ଷତି ପହଞ୍ଚିଥାଏ । ଏହା କାରଣରୁ ପାଖାପାଖି ୯୦ ପ୍ରତିଶତ ଶ୍ରବଣ ଶକ୍ତି କମିଯାଇଥାଏ । ଏହି ରୋଗର କାରଣ ବିଶେଷଭାବେ ଅତ୍ୟଧୀକ ଶବ୍ଦ ଶୁଣିବାରୁ ହୋଇଥାଏ । ତେବେ କେତେକଙ୍କ କ୍ଷେତ୍ରରେ ଏହା ଜେନେଟିକ୍‌ ହୋଇଥିବାବେଳେ କିଛି କ୍ଷେତ୍ରରେ ବୟସ କାରଣରୁ ହୋଇଥାଏ । ଆମ କାନର ଭିତର ଅଂଶରେ ଏକ ଅଙ୍ଗ ରହିଛି କୋଚେଲା, ଯେଉଁଥିରେ ଛୋଟଛୋଟ କେଶ ରହିଥାଏ । ଏଗୁଡିକ ସାଉଣ୍ଡ େୱଭରୁ ମିଳୁଥିବା ଭାଇବ୍ରେସନକୁ ନୁ୍ୟରାଲ ସିଗ୍‌ନାଲରେ ପରିଣତ କରିଥାଏ, ଯାହା ଅଡିଟୋରି ନର୍ଭ ମାଧ୍ୟମରେ ବ୍ରେନ୍‌କୁ ପହଞ୍ଚିଥାଏ । ତେବେ ୮୫ ଡେସିବେଲ୍‌ରୁ ଅଧିକ ଶବ୍ଦ ଶୁଣିବା ଦ୍ୱାରା ଆମ କାନରେ ଥିବା ଏହି କେଶକୁ କ୍ଷତି ପହଞ୍ଚିଥାଏ, ଯେଉଁ କାରଣରୁ ଆମର ଶୁଣିବା ଶକ୍ତି କମିଥାଏ । ଏହାର ବିଭିନ୍ନ ପ୍ରକାର ମଧ୍ୟ ରହିଛି । ତେବେ ଏହାର କିଛି ଲକ୍ଷଣ ରହିଛି, ଯାହାକୁ ଚିହ୍ନଟ କରି ଚିକିତ୍ସା କରାଇପାରିଲେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା । ତେଣୁ ଯଦି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– ଯେତେବେଳେ ବ୍ୟାଗଗ୍ରାଉଣ୍ଡ ମୁ୍ୟଜିକ୍‌ ଅଧିକ ରହିଛି ସେତେବେଳେ ଶୁଣିବାରେ ଅସୁବିଧା ହେବା ।
– ବିଶେଷଭାବେ ସ୍ତ୍ରୀ କିମ୍ବା ପିଲାମାନଙ୍କର କଥା ଶୁଣି ବୁଝିବାରେ ଅସୁବିଧା ହେବା ।
-ସନ୍ତୁଳନରେ ଅସୁବିଧା ।
– ଅତ୍ୟଧୀକ ପିଚ୍‌ର ଶବ୍ଦ ଶୁଣିବାରେ ଅସୁବିଧା ହେବା ।
– ବେଳେବେଳେ ଶୁଣିପାରୁ ହେଲେ କଣ କୁହାଯାଉଛି ବୁଝି ପାରିନଥାଉ ।