ଜଷ୍ଟିସ୍ ଖାନ୍ଓ୍ବିଲକର ନୂଆ ଲୋକପାଳ ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୮।୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍. ଖାନ୍ଓ୍ବିଲକରଙ୍କୁ ମଙ୍ଗଳବାର ଲୋକପାଳର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପ୍ରାୟ ଦୁଇବର୍ଷ ହେଲା ଏହି ପଦ ଖାଲି ପଡ଼ିଥିଲା। ୨୦୨୨ ମେ’ ୨୭ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କୌଣସି ନିୟମିତ ଅଧ୍ୟକ୍ଷ ବିନା ଲୋକପାଳ କାର୍ଯ୍ୟ କରୁଥିଲା। ଏହି ଦୁର୍ନୀତି ନିରାକରଣ ସଂସ୍ଥାର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ଜଷ୍ଟିସ୍ ଅଜୟ ମାନିକରାଓ ଖାନ୍ଓ୍ବିଲକରଙ୍କୁ […] The post ଜଷ୍ଟିସ୍ ଖାନ୍ଓ୍ବିଲକର ନୂଆ ଲୋକପାଳ ଅଧ୍ୟକ୍ଷ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍. ଖାନ୍ଓ୍ବିଲକରଙ୍କୁ ମଙ୍ଗଳବାର ଲୋକପାଳର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପ୍ରାୟ ଦୁଇବର୍ଷ ହେଲା ଏହି ପଦ ଖାଲି ପଡ଼ିଥିଲା। ୨୦୨୨ ମେ’ ୨୭ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କୌଣସି ନିୟମିତ ଅଧ୍ୟକ୍ଷ ବିନା ଲୋକପାଳ କାର୍ଯ୍ୟ କରୁଥିଲା। ଏହି ଦୁର୍ନୀତି ନିରାକରଣ ସଂସ୍ଥାର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ଜଷ୍ଟିସ୍ ଅଜୟ ମାନିକରାଓ ଖାନ୍ଓ୍ବିଲକରଙ୍କୁ ଲୋକପାଳର ନୂଆ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ୨୦୨୨ ଜୁଲାଇରେ ଜଷ୍ଟିସ୍ ଖାନ୍ଓ୍ବିଲକର ସୁପ୍ରିମକୋର୍ଟରୁ ଅବସର ନେଇଥିଲେ। ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପ୍ପା ନାରାୟଣ ସ୍ବାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅଓ୍ବସ୍ତି ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ ହୋଇଥିବାବେଳେ ଅଣନ୍ୟାୟିକ ସଦସ୍ୟ ଭାବେ ସୁଶୀଲ ଚନ୍ଦ୍ରା, ପଙ୍କଜ କୁମାର ଏବଂ ଅଜୟ ତିର୍କୀ ନିଯୁକ୍ତ ହୋଇଛନ୍ତି।
The post ଜଷ୍ଟିସ୍ ଖାନ୍ଓ୍ବିଲକର ନୂଆ ଲୋକପାଳ ଅଧ୍ୟକ୍ଷ appeared first on Dharitri Odia News.