ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାଶବିଦ୍ୟାଧରପୁର ଗ୍ରାମରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ ପାଇଁ ପାଟୁଆ ୬ରୁ ୧୦ ଇଞ୍ଚ ଲମ୍ବା, ଦୁଇରୁ ଚାରୋଟି ଲେଖାଏଁ ଲୁହାବାଙ୍କି କଣ୍ଟା ପିଠିରେ ଫୋଡି ୨୨ ହାତ ଉଚ୍ଚ ଖାଇ ଦଣ୍ଡରୁ ତଳକୁ ଝୁଲିବା ଏବଂ ଠାକୁରଙ୍କ ଜୟଜୟ କାର ଧ୍ୱନୀ ହରବୋଲ, ହୁଳହୁଳି ଦେଇ ଘେରାକୁ ଘେରା ଚକ୍ର କାଟି ଖାଇ ଚାରିପଟ ବୁଲିବା […] The post ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ appeared first on Dharitri Odia News.

ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାଶବିଦ୍ୟାଧରପୁର ଗ୍ରାମରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ ପାଇଁ ପାଟୁଆ ୬ରୁ ୧୦ ଇଞ୍ଚ ଲମ୍ବା, ଦୁଇରୁ ଚାରୋଟି ଲେଖାଏଁ ଲୁହାବାଙ୍କି କଣ୍ଟା ପିଠିରେ ଫୋଡି ୨୨ ହାତ ଉଚ୍ଚ ଖାଇ ଦଣ୍ଡରୁ ତଳକୁ ଝୁଲିବା ଏବଂ ଠାକୁରଙ୍କ ଜୟଜୟ କାର ଧ୍ୱନୀ ହରବୋଲ, ହୁଳହୁଳି ଦେଇ ଘେରାକୁ ଘେରା ଚକ୍ର କାଟି ଖାଇ ଚାରିପଟ ବୁଲିବା ଏକ ନିଆରା କଷ୍ଟକର ସାଧନା ଦେଖିବାକୁ ମିଳିଥିଲା।

ଖାଇଫୋଡ ଯାତ୍ରା ଦେଖିବାକୁ ଭୀମପୁର ଗ୍ରାମର ମା’ ଗଡଚଣ୍ଡୀ ଏବଂ ଦାଶବିଦ୍ୟାଧରପୁର ଗ୍ରାମର ନିଳକଣ୍ଠେଶ୍ୱର ଦେବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମା’ ଗଡଚଣ୍ଡୀଙ୍କୁ ଟାହିଆ ଲାଗି କରାଯାଇଥିଲା। ଘଣ୍ଟ କାହାଳୀ ଢୋଲ ମହୁରୀ ବଜାଇ ବସନ୍ତେଇ, ଜାଗୁଳାଇ, ମଙ୍ଗଳା, ବାଟମଙ୍ଗଳା ଓ ମା’ ଗଡଚଣ୍ଡୀ ଏପରି ପାଞ୍ଚଜଣ କାଳେସି ନିକଟବର୍ତ୍ତୀ ଲଳିତା ପୋଖରୀକୁ ବିଜେ କରିଥିଲେ।

ପୋଖରୀ ଚର୍ତୁପାର୍ଶ୍ୱରେ ସମବେତ ଭକ୍ତଙ୍କ ଗହଣରେ ଜଣଙ୍କ ପରେ ଜଣେ ପାଟୁଆଙ୍କ ପୀଠିରେ କାଲିସିମାନେ କଣ୍ଟା ଫୁଟାଇଥିଲେ ମଧ୍ୟ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇ ନ ଥିଲା। କଣ୍ଟାର ଗୋଟିଏ ମୁଣ୍ଡରେ ଲଗା ଯାଇଥିବା ରଶିରେ ପାଟୁଆମାନେ ବନ୍ଧାହୋଇ ଖାଇଦଣ୍ଡରୁ ତଳକୁ ଝୁଲିଥିଲେ। ଖାଇରେ ବୁଲିବା ସମୟରେ ପାଟୁଆମାନେ ଫୁଲ, ଖଜୁରୀ କୋଳି, ଆମ୍ବ ଆଦି ଠାକୁରଙ୍କ ଉଦ୍ଦେଶ୍ୟରେ ପକାଇଥିଲେ ଏବଂ ମାନସିକ ରଖିଥିବା ଛୋଟଛୋଟ ଶିଶୁଙ୍କୁ ଖାଇରେ ଧରି ପାଟୁଆମାନେ ବୁଲୁଥିବା ଦେଖାଯାଇଥିଲା।

ସେହିପରି ଦାଶବିଦ୍ୟାଧରପୁର ଗ୍ରାମର ମା’ ବିବାସିନୀ, ଦୁଲ୍ଲଣା, ମଙ୍ଗଳା, ଛୋଟାଗୋସେଇଁଙ୍କ କାଳେସି ଉଭା ହୋଇଥିଲେ। ବଡପୋଖରୀ ମଧ୍ୟରେ ପାଟୁଆମାନେ କଣ୍ଟା ଫୋଡାଇ ଜଣକ ପରେ ଜଣେ ଖାଇରେ ବୁଲିଥିଲେ। ଅସାଧ୍ୟ ରୋଗ ପୀଡାରୁ ଉପଶମ, ନାନା ମାନସିକ ଓ ନିସନ୍ତାନମାନେ ସନ୍ତାନ ସନ୍ତତି ଆଶାରେ ଏଭଳି କଷ୍ଟକର ତପ ସାଧନା କରନ୍ତି । ପ୍ରାୟ ହଜାରେ ବର୍ଷ ହେବ ଭୀମପୁର ଗ୍ରାମ ସ୍ଥାପନ ସମୟରୁ ଏହିଯାତ୍ରା ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତରେ ଅନୁଷ୍ଠିତ ହୋଇଥାସୁଛି ବୋଲି ଗ୍ରାମର ପୁରୁଖା ଲୋକେ କହନ୍ତି।

ଏହିଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦୁଇ ଗ୍ରାମର ଖାଇଫୋଡ କମିଟିର ସ୍ବେଚ୍ଛାସେବୀଙ୍କ ସହିତ ଡେଲାଙ୍ଗ ପିପିଲି ମାନବିକ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ଯାତ୍ରା ପଡିଆରେ ଦହିପଣା ବଣ୍ଟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

The post ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ appeared first on Dharitri Odia News.