ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩ା୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ୍‌ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି। ଏହି ୪ ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି। ଯେଉଁ ଯେଉଁ ସ୍ଥାନରେ […] The post ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ appeared first on Dharitri Odia News.

ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩ା୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ୍‌ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି। ଏହି ୪ ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି। ଯେଉଁ ଯେଉଁ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍‌ ମଧ୍ୟରେ ଅତିରିକ୍ତ ଇଭିଏମ୍‌ର ବ୍ୟବସ୍ଥା କରାଯାଉଛି। ତେଣୁ ବ୍ୟସ୍ତ ନ ହୋଇ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ ମତଦାନ କରିବା ପାଇଁ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ ମତଦାନ କରିଛନ୍ତି। ଲୋକେ ଏଇଥର ନିଜ ନିଜ ବୁଥ୍‌ରେ ମତଦାନ କରୁଛନ୍ତି । ଅନ୍ୟ ସମସ୍ତ ଅଞ୍ଚଳରେ ମଧ୍ୟ ସମସ୍ତେ ମତଦାନ କରିବାକୁ ନିର୍ବାଚନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି।

The post ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ appeared first on Dharitri Odia News.