ଭାଜପା କର୍ମୀ ହତ୍ୟା ମାମଲା: ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,୨୭।୫(ଦିଲୀପ କୁମାର ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ନିର୍ବାଚନୀ ହିଂସା ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଗତ ୧୫ ତାରିଖରେ ଭାଜପା କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏଥିରେ ଅନ୍ୟ ୩ଜଣ ଆହତ ହୋଇଥିଲେ। ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ ହୋଇଥିଲା। ପୂର୍ବରୁ ପୋଲିସ ୧୧ଜଣଙ୍କୁ ଗିରଫ କରିଥିଲା। ହେଲେ ଘଟଣାର ସମ୍ପୃକ୍ତ ଅନ୍ୟ କେତେକ ଅଭିଯୁକ୍ତ ଏବେବି ଫେରାର […] The post ଭାଜପା କର୍ମୀ ହତ୍ୟା ମାମଲା: ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ appeared first on Dharitri Odia News.

ଭାଜପା କର୍ମୀ ହତ୍ୟା ମାମଲା: ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,୨୭।୫(ଦିଲୀପ କୁମାର ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ନିର୍ବାଚନୀ ହିଂସା ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଗତ ୧୫ ତାରିଖରେ ଭାଜପା କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏଥିରେ ଅନ୍ୟ ୩ଜଣ ଆହତ ହୋଇଥିଲେ। ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ ହୋଇଥିଲା। ପୂର୍ବରୁ ପୋଲିସ ୧୧ଜଣଙ୍କୁ ଗିରଫ କରିଥିଲା। ହେଲେ ଘଟଣାର ସମ୍ପୃକ୍ତ ଅନ୍ୟ କେତେକ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ସୋମବାରେ ସେମାନଙ୍କ ମଧ୍ୟରୁ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୋହନପୁର ଗ୍ରାମର କାର୍ତ୍ତିକ ପରିଡ଼ା, ରାମଚନ୍ଦ୍ରପୁର ଗ୍ରାମର କାଳିଆ ପ୍ରଧାନ, ଲୋଙ୍ଘର
ଗ୍ରାମର ସୋନୁ ଓରଫ ଶୀତମ ପାହାନ l ଗଞ୍ଜାମ ଏସ୍‌ପି ଜଗମୋହନ ମିନା ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି l ହତ୍ୟା ଘଟଣାରେ ଏବେ ସୁଦ୍ଧା ୧୪ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି l

The post ଭାଜପା କର୍ମୀ ହତ୍ୟା ମାମଲା: ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ appeared first on Dharitri Odia News.