ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ, ବାଜିଲା ଆଲାରାମ୍

ଭୁବନେଶ୍ୱର ୨୫।୧୦ : ଝାରପଡ଼ା ଜେଲ୍‌ରେ ବାଜିଲା ଆଲାରାମ୍‌ ।ଜେଲ୍‌ରେ ଗଣ୍ଡଗୋଳ ଲାଗି ବାଜିଲା ଆଲାରାମ୍‌। ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳୁ ସକାଳୁ ଝାରପଡ଼ା ଜେଲ୍‌ରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଝାରପଡ଼ା ଜେଲ୍‌ ମଧ୍ୟରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି । ଯାହାଫଳରେ ଜେଲ୍‌ର ଆଲାରାମ୍‌ ବାଜିଛି । ଆଉ ଆଲାରାମ୍‌ ବାଜିବା କ୍ଷଣି ଆକ୍ସନମୋଡ଼କୁ ଆସିଛନ୍ତି ପୋଲିସ । ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷ୍ନୀସାଗର ଥାନା ଅଧିକାରୀ ଏବଂ ଜେଲ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । 

ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ, ବାଜିଲା ଆଲାରାମ୍

ଭୁବନେଶ୍ୱର ୨୫।୧୦ : ଝାରପଡ଼ା ଜେଲ୍‌ରେ ବାଜିଲା ଆଲାରାମ୍‌ ।ଜେଲ୍‌ରେ ଗଣ୍ଡଗୋଳ ଲାଗି ବାଜିଲା ଆଲାରାମ୍‌। ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଛି । 

ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳୁ ସକାଳୁ ଝାରପଡ଼ା ଜେଲ୍‌ରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଝାରପଡ଼ା ଜେଲ୍‌ ମଧ୍ୟରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି । ଯାହାଫଳରେ ଜେଲ୍‌ର ଆଲାରାମ୍‌ ବାଜିଛି । ଆଉ ଆଲାରାମ୍‌ ବାଜିବା କ୍ଷଣି ଆକ୍ସନମୋଡ଼କୁ ଆସିଛନ୍ତି ପୋଲିସ । ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷ୍ନୀସାଗର ଥାନା ଅଧିକାରୀ ଏବଂ ଜେଲ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।