ହଟିଲେ କେଜ୍‌ରିୱାଲଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ,୧୧।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭବ କୁମାରଙ୍କୁ ସେବାରୁ ହଟାଇଦିଆଯାଇଛି। ଭିଭିଲାନ୍ସ ବିଭାଗ ତାଙ୍କ ନିଯୁକ୍ତିକୁ ଠିକ ଭାବେ ବିଚାର କରିନାହିଁ। ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ସଚିବ ଓ୍ବାଭିଭିଜେ ରାଜଶେଖର ଏହି ନିର୍ଦ୍ଦେଶ ଦେଇଛନ୍ତି। ଭିଜିଲାନ୍ସ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ବିଭବ କୁମାର […] The post ହଟିଲେ କେଜ୍‌ରିୱାଲଙ୍କ ବ୍ୟକ୍ତିଗତ ସଚିବ appeared first on Dharitri Odia News.

ହଟିଲେ କେଜ୍‌ରିୱାଲଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ,୧୧।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭବ କୁମାରଙ୍କୁ ସେବାରୁ ହଟାଇଦିଆଯାଇଛି। ଭିଭିଲାନ୍ସ ବିଭାଗ ତାଙ୍କ ନିଯୁକ୍ତିକୁ ଠିକ ଭାବେ ବିଚାର କରିନାହିଁ। ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ସଚିବ ଓ୍ବାଭିଭିଜେ ରାଜଶେଖର ଏହି ନିର୍ଦ୍ଦେଶ ଦେଇଛନ୍ତି।
ଭିଜିଲାନ୍ସ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ବିଭବ କୁମାର ନିଯୁକ୍ତି ପାଇଁ ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଏବଂ ନିୟମ ସଚ୍ଚୋଟ ଭାବରେ ପାଳନ କରାଯାଇ ନାହିଁ। ତେଣୁ ଏହିପରି ନିଯୁକ୍ତି ବେଆଇନ ଏବଂ ଅବୈଧ ଅଟେ।
ସୂଚନାଯୋଗ୍ୟ,ଦିଲ୍ଲୀର ମଦ ସ୍କାମ ମାମଲାରେ ବିଭବ କୁମାରଙ୍କୁ ଅନେକ ଥର ପଚରାଉଚରା କରିଛନ୍ତି। ସୋମବାର ମଧ୍ୟ ଇଡି ବିବଭ କୁମାରଙ୍କୁ ପଚରାଉଚରା ପାଇଁ ଡାକିଥିଲେ।

The post ହଟିଲେ କେଜ୍‌ରିୱାଲଙ୍କ ବ୍ୟକ୍ତିଗତ ସଚିବ appeared first on Dharitri Odia News.