ନକଲି ପାସପୋର୍ଟ ଅଭିଯୋଗରେ ନାଗରିକ ଗିରଫ, ନକଲି ଡକ୍ୟୁମେଣ୍ଟ, ୫୦ ହଜାର କ୍ୟାସ ଜବତ
ଭୁବନେଶ୍ୱର : ନକଲି ପାସପୋର୍ଟ ଅଭିଯୋଗରେ ଆଫଗାନ ନାଗରିକ ଗିରଫ । ଜାଲ ପାସପୋର୍ଟ ଓ ଅନ୍ୟ ପରିଚୟ ପତ୍ର ଅଭିଯୋଗରେ ଆଫଗାନ ନାଗରିକ ମହମ୍ମଦ ୟୁସଫକୁ ଗିରଫ କରିଛି କମିଶନରେଟ ପୋଲିସ । ଆଫଗାନିସ୍ତାନ ନିବାସୀ ମହମ୍ମଦ ୟୁସଫ ଦୁବାଇ ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରା ପଡ଼ିଛି । ସେ କଟକରେ ବିଭିନ୍ନ ପ୍ରକାର ନକଲି ପରିଚୟ ଦେଇ ରହୁଆସୁଥିଲା । ଗତ ୨୦ ତାରିଖରେ ଅଭିଯୁକ୍ତ ଦୁବାଇରୁ ଇଣ୍ଡିଗୋ ଫ୍ଲାଇଟ 6E-1488ରେ ବିଜୁ […] The post ନକଲି ପାସପୋର୍ଟ ଅଭିଯୋଗରେ ନାଗରିକ ଗିରଫ, ନକଲି ଡକ୍ୟୁମେଣ୍ଟ, ୫୦ ହଜାର କ୍ୟାସ ଜବତ appeared first on KNews Odisha.

ଭୁବନେଶ୍ୱର : ନକଲି ପାସପୋର୍ଟ ଅଭିଯୋଗରେ ଆଫଗାନ ନାଗରିକ ଗିରଫ । ଜାଲ ପାସପୋର୍ଟ ଓ ଅନ୍ୟ ପରିଚୟ ପତ୍ର ଅଭିଯୋଗରେ ଆଫଗାନ ନାଗରିକ ମହମ୍ମଦ ୟୁସଫକୁ ଗିରଫ କରିଛି କମିଶନରେଟ ପୋଲିସ । ଆଫଗାନିସ୍ତାନ ନିବାସୀ ମହମ୍ମଦ ୟୁସଫ ଦୁବାଇ ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରା ପଡ଼ିଛି ।
ସେ କଟକରେ ବିଭିନ୍ନ ପ୍ରକାର ନକଲି ପରିଚୟ ଦେଇ ରହୁଆସୁଥିଲା । ଗତ ୨୦ ତାରିଖରେ ଅଭିଯୁକ୍ତ ଦୁବାଇରୁ ଇଣ୍ଡିଗୋ ଫ୍ଲାଇଟ 6E-1488ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କ ମହମ୍ମଦ ୟୁସୁଫ ବିରୁଦ୍ଧରେ କୋଲକାତା ବିମାନବନ୍ଦର ପ୍ରାଧିକରଣ ତରଫରୁ ତାଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା ।
ଯାହା ତାଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଥିଲା । ଇମିଗ୍ରେସନ ଯାଞ୍ଚ ସମୟରେ ବିମାନବନ୍ଦର କର୍ମଚାରୀମାନେ ତାଙ୍କ ପାସପୋର୍ଟରେ ଅସଙ୍ଗତି ଦେଖି ସନ୍ଦେହ କରିଥିଲେ। ତା ପାଖରୁ ଏୟାରପୋର୍ଟ ଥାନା ଯାଞ୍ଚ କରି ତାଠାରୁ ନକଲି ଡକ୍ୟୁମେଣ୍ଟ, ୫୦ ହଜାର କ୍ୟାସ ଜବତ କରିଛି ।
Also read: ଭୁବନେଶ୍ବରରୁ ୧୦ ବାଂଲାଦେଶୀ ଗିରଫ, ବାଂଲାଦେଶ ନୋଟ ସହ ନକଲି ଆଧାର କାର୍ଡ ଜବତ
The post ନକଲି ପାସପୋର୍ଟ ଅଭିଯୋଗରେ ନାଗରିକ ଗିରଫ, ନକଲି ଡକ୍ୟୁମେଣ୍ଟ, ୫୦ ହଜାର କ୍ୟାସ ଜବତ appeared first on KNews Odisha.