କଂକ୍ରିଟ ରୋକୁଛି ଜଳ

ନିକଟରେ ବାଲେଶ୍ୱର ଜିଲା ଔପଦା ବ୍ଲକ ସୁନ୍ଦରପଦା ପଞ୍ଚାୟତର ଗାଇସମ୍ଭାଳ ଗ୍ରାମବାସୀ ଓ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରଘୁଆବୋଲ ଗାଁର ଅଧିବାସୀ ପାନୀୟ ଜଳସଙ୍କଟ ଦୂର ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମାର୍ଚ୍ଚ ୩୧ରେ ଗଞ୍ଜାମର ଗୟାଗଣ୍ଡ ଓ କେନ୍ଦ୍ରାପଡ଼ାର ଚଣ୍ଡିଆପାଲି ଗ୍ରାମବାସୀ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅତୀତରେ ରାସ୍ତାଘାଟ, ଜଳସେଚନ, ସ୍ବାସ୍ଥ୍ୟସୁବିଧାର ଅଭାବକୁ ଦର୍ଶାଇ ଲୋକେ ଭୋଟବର୍ଜନ କରିଥିବା ଦେଖାଯାଇଛି। ଏବେ ପାନୀୟ ଜଳ ଅଭାବକୁ ନେଇ […] The post କଂକ୍ରିଟ ରୋକୁଛି ଜଳ appeared first on Dharitri Odia News.

କଂକ୍ରିଟ ରୋକୁଛି ଜଳ

ନିକଟରେ ବାଲେଶ୍ୱର ଜିଲା ଔପଦା ବ୍ଲକ ସୁନ୍ଦରପଦା ପଞ୍ଚାୟତର ଗାଇସମ୍ଭାଳ ଗ୍ରାମବାସୀ ଓ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରଘୁଆବୋଲ ଗାଁର ଅଧିବାସୀ ପାନୀୟ ଜଳସଙ୍କଟ ଦୂର ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମାର୍ଚ୍ଚ ୩୧ରେ ଗଞ୍ଜାମର ଗୟାଗଣ୍ଡ ଓ କେନ୍ଦ୍ରାପଡ଼ାର ଚଣ୍ଡିଆପାଲି ଗ୍ରାମବାସୀ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅତୀତରେ ରାସ୍ତାଘାଟ, ଜଳସେଚନ, ସ୍ବାସ୍ଥ୍ୟସୁବିଧାର ଅଭାବକୁ ଦର୍ଶାଇ ଲୋକେ ଭୋଟବର୍ଜନ କରିଥିବା ଦେଖାଯାଇଛି। ଏବେ ପାନୀୟ ଜଳ ଅଭାବକୁ ନେଇ ଗ୍ରାମବାସୀଙ୍କ ଏପରି ଆହ୍ବାନ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ସମୟ ଥିଲା ଉପାନ୍ତ ଅଞ୍ଚଳରେ ଲୋକଙ୍କ ଜଳ ଚାହିଦା ମେଣ୍ଟିପାରୁ ନ ଥିବା ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲା। ଏବେ ଉପକୂଳ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି।
ଅତୀତର ଦୃଷ୍ଟାନ୍ତକୁ ଦେଖିଲେ, ପାନୀୟ ଜଳ ସଙ୍କଟ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ନାକୁ ଆସିଲେ ପ୍ରଶାସନ ପକ୍ଷରୁ ତତ୍‌କ୍ଷଣାତ୍‌ କିଛି ପ୍ରତିକାର ବ୍ୟବସ୍ଥା କରାଯାଏ। କିନ୍ତୁ କୌଣସି ଦୀର୍ଘମିଆଦୀ ସମାଧାନ ସମ୍ପର୍କରେ କିଛି ଚିନ୍ତା କରାଯାଉ ନ ଥିବାରୁ ପରେ ଯେଉଁ କଥାକୁ ସେହି କଥା। ଏବେ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇପ୍‌ ବିଛାଇବା ଓ ପାଣିଟାଙ୍କି ନିର୍ମାଣରେ ଅଟକି ରହିଛି। ଆଗକୁ ଭୋଟ ଆସୁଥିବାରୁ ଉପରଲିଖିତ ଗ୍ରାମର ଜଳସଙ୍କଟ ଦୂର କରିବା ଉପରେ ତତ୍ପରତା ପ୍ରକାଶ ପାଇପାରେ। ହୁଏତ ଟ୍ୟୁବଓ୍ବେଲ ମରାମତି ହେବା ସହ ଟ୍ୟାଙ୍କର ରାସ୍ତାରେ ଗଡ଼ିପାରେ। କିନ୍ତୁ ଜଳସଙ୍କଟ ଟାଳିବା ଲାଗି ଏକ ଦୀର୍ଘସ୍ଥାୟୀ ପଦକ୍ଷେପ ନିଆଯାଉ ନ ଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। କେବଳ ସେତିକି ନୁହେଁ, ଏବର ସ୍ଥିତି ଦେଖିଲେ ଗଞ୍ଜାମ ଜିଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ଭଳି ନଦୀ ଶୁଖିଯାଇଥିବା ଖବର ପ୍ରକାଶ ପାଇଛି। ଏପରିକି ଓଡ଼ିଶାର ପ୍ରମୁଖ ନଦୀ ଯଥା ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଚାଇନା ଓ ଭାରତ(ଆସାମ) ଦେଇ ବାଂଲାଦେଶରେ ପ୍ରବାହିତ ବ୍ରହ୍ମପୁତ୍ର ଏବଂ ପଶ୍ଚିମଘାଟ ପର୍ବତମାଳାରୁ ବାହାରି ମହାରାଷ୍ଟ୍ର, କର୍ନାଟକ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ କୃଷ୍ଣା ନଦୀ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଛନ୍ତି। ୨୦୨୩ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଆଗାମୀ ୨୦ ବର୍ଷ ମଧ୍ୟରେ ଭାରତର ନଦୀଗୁଡ଼ିକର ଜଳପ୍ରବାହ ହ୍ରାସ ପାଇବା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟର ପ୍ରମାଣ ଯଥେଷ୍ଟ ପୂର୍ବରୁ ଅନୁଭୂତ ହେଲାଣି।
କର୍ନାଟକର ବେଙ୍ଗାଲୁରୁ ହେଉ ବା ତାମିଲନାଡୁର ଚେନ୍ନାଇ କିଭଳି ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତାହା ଏ ବର୍ଷ ସମସ୍ତେ ଦେଖୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ବେଙ୍ଗାଲୁରୁର ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଯୋଗୁ ଏଭଳି ଘଟିଥିବା କୁହାଯାଇଛି। ମନେରଖିବାକୁ ହେବ ଯେ, କେବଳ ବେଙ୍ଗାଲୁରୁ ନୁହେଁ, ଭାରତର ବହୁ ସହର ଓ ଗ୍ରାମାଞ୍ଚଳରେ ଏଭଳି ସ୍ଥିତି ପାଇଁ କମ୍‌ ବର୍ଷାକୁ ଦାୟୀ କରାଯାଉଛି। ଦେଖିବାକୁ ଗଲେ ଏହା ପଛରେ ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟକୃତ କାରଣ ରହିଛି। ସାଧାରଣତଃ ସହରର ରାସ୍ତାଘାଟ, ସର୍ବସାଧାରଣ ସ୍ଥାନ ସବୁ କଂକ୍ରିଟମୟ କରିଦିଆଯାଉଛି, ଯାହା ପାଇଁ ବର୍ଷା ଜଳ ସଞ୍ଚିତ ହେବା କିମ୍ବା ମାଟିରେ ଭେଦିବାର ସମ୍ଭାବନା କମିଯାଉଛି। ଏଥିସହିତ ଭାରତୀୟମାନଙ୍କର ସାଧାରଣ ଚରିତ୍ରକୁ ମଧ୍ୟ ଦୋଷ ଦେବାକୁ ହେବ। ଦେଶବ୍ୟାପୀ ସବୁଆଡ଼େ ଛୋଟବଡ଼ ପୋଖରୀ, ଝରଣା ଏବଂ ହ୍ରଦ ଭଳି ଜଳାଶୟକୁ ଦୂଷିତ କରିବା ସହିତ ପୋତିଦିଆଯାଉଛି। ଏହାକୁ ସରକାର ନୁହେଁ, ସାଧାରଣ ଲୋକ କରୁଛନ୍ତି। ବର୍ଷାଜଳକୁ ସୁରକ୍ଷିତ ରଖିବାର କୌଣସି ଉଦ୍ୟମ ଆରମ୍ଭ ହେଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ ଭାବେ ବୋହିଯାଇ ନଷ୍ଟ ହୋଇଯାଉଛି। ଚାରିଆଡ଼େ ବିଛାଯାଉଥିବା ପେଭର ପ୍ଲସର ଡିଜାଇନ ଦେଖିଲେ ତା’ ଫାଙ୍କରେ କିଛି ମାତ୍ରାରେ ବର୍ଷାଜଳ ମାଟିକୁ ଯିବାର ସମ୍ଭାବନା ରହିଛି। ହେଲେ ଅନେକେ ଏହାକୁ ବ୍ୟବହାର କରିବା ବେଳେ ଉକ୍ତ ଫାଙ୍କକୁ ମଧ୍ୟ ସିମେଣ୍ଟ ଦେଇ ବୁଜି ଦେଉଛନ୍ତି। ଗୋଟେ କଂକ୍ରିଟମୟ ଜୀବନ ବିତାଇବାକୁ ଚାହଁୁଥିବା ନାଗରିକଙ୍କର ଜଳାଭାବ ସମ୍ପର୍କରେ ସ୍ବର ଉତ୍ତୋଳନ କରିବାର କୌଣସି ଅଧିକାର ରହୁନାହିଁ।

The post କଂକ୍ରିଟ ରୋକୁଛି ଜଳ appeared first on Dharitri Odia News.