IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି […] The post IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍ appeared first on Dharitri Odia News.

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।

ପ୍ରାୟ ସାତ ମାସ ଅତିରିକ୍ତ ଡିଜି ଥିବା ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା। ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସାମୁକ୍ତ ହୋଇପାରିଥିଲା।

ଏଥିସହିତ ରାଜ୍ୟରେ ନୂଆ ସରକାର ଆସିବା ପରେ ରଥଯାତ୍ରାରେ ସମୟରେ ଗୋଟିଏ ଦିନରେ ନବଯୌବନ ଓ ରଥଯାତ୍ରା ପଡୁଥିବାବେଳେ ଏହାକୁ ସୁରୁଖୁରୁରେ ସମ୍ପନ ହୋଇଥିଲା। ଏଥିସହିତ ତାଙ୍କର କାର୍ଯ୍ୟକଳାରେ ତିନୋଟି ନୂଆ ଆପରାଧିକ ଆଇନ ସୁରୁଖୁରରେ ଲାଗୁ କରିବା ସମେତ ବାଲେଶ୍ବରରେ ସୃଷ୍ଟି ହୋଇଥିବା ଗୋଷ୍ଠୀଗତ ବିଶୃଙ୍ଖଳାକୁ ପୋଲିସ ଦମନ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା।

The post IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍ appeared first on Dharitri Odia News.