ଭଦ୍ରକରେ ବନ୍ୟା ସ୍ଥିତି, ପାଣି ଘେରରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ପୂର୍ବାଞ୍ଚଳ ଡିଆଇଜି
ଭଦ୍ରକ: ବାତ୍ୟା ଦାନା ଯୋଗୁ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି। କାରଣ ପ୍ରବଳ ବର୍ଷା ଯୋଗୁ ଏବେ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଏମିତିରେ ନିଜେ ପୂର୍ବାଞ୍ଚଳ ଜିଆଇଜି ଏବଂ ଭଦ୍ରକ ଏସପି ଓଡ୍ରାଫ ଟିମ୍ ସହ ମିଶି ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିଛନ୍ତି। ଶନିବାର ଚରମ୍ପା ଅଞ୍ଚଳରେ ଜନୈକ ବ୍ୟକ୍ତି ପାଣି ଘେରରେ ଫସି ଯାଇଥିଲେ। ପରେ ଏନେଇ ସେ କଣ୍ଟୋଲ ରୁମକୁ ଜଣାଇବା ପରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ଏସପି ମଡକର ସନ୍ଦୀପ ସମ୍ପଦ ଓ ସିଟି ଡିଏସପି ଓଡ୍ରାଫ ଟିମ୍ ସହ ପହଞ୍ଚିଥିଲେ। ଆଉ ଦୀର୍ଘ ସମୟ ପାଣିରେ ଫସି ରହିବା ପରେ ଉଦ୍ଧାର ହୋଇଥିଲେ ବ୍ୟକ୍ତି ଜଣକ।
ଭଦ୍ରକ: ବାତ୍ୟା ଦାନା ଯୋଗୁ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି। କାରଣ ପ୍ରବଳ ବର୍ଷା ଯୋଗୁ ଏବେ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଏମିତିରେ ନିଜେ ପୂର୍ବାଞ୍ଚଳ ଜିଆଇଜି ଏବଂ ଭଦ୍ରକ ଏସପି ଓଡ୍ରାଫ ଟିମ୍ ସହ ମିଶି ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିଛନ୍ତି।
ଶନିବାର ଚରମ୍ପା ଅଞ୍ଚଳରେ ଜନୈକ ବ୍ୟକ୍ତି ପାଣି ଘେରରେ ଫସି ଯାଇଥିଲେ। ପରେ ଏନେଇ ସେ କଣ୍ଟୋଲ ରୁମକୁ ଜଣାଇବା ପରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ଏସପି ମଡକର ସନ୍ଦୀପ ସମ୍ପଦ ଓ ସିଟି ଡିଏସପି ଓଡ୍ରାଫ ଟିମ୍ ସହ ପହଞ୍ଚିଥିଲେ। ଆଉ ଦୀର୍ଘ ସମୟ ପାଣିରେ ଫସି ରହିବା ପରେ ଉଦ୍ଧାର ହୋଇଥିଲେ ବ୍ୟକ୍ତି ଜଣକ।