ପାଣ୍ଡ୍ୟାଙ୍କ ଟ୍ରୋଲିଂକୁ ନେଇ ଅଶ୍ବିନୀଙ୍କ ବୟାନ୍‌, ଟ୍ରୋଲିଂରେ କିଛି କରିପାରିବନି ଫ୍ରାଞ୍ଚାଇଜ୍‌ !

ନୂଆଦିଲ୍ଲୀ ୦୧।୦୪: ହାର୍ଦ୍ଦିକ୍‌ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍‌ । ତାଙ୍କ ଅଧିନାୟିକତ୍ବରେ ୨ଟି ମ୍ୟାଚ୍‌ ହାରିଛି ଟିମ୍‌ । କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛି ହାର୍ଦ୍ଦିକ୍‌ଙ୍କ ଟ୍ରୋଲିଂ । ମୁମ୍ବାଇ କ୍ୟାପଟେନ୍‌ସିପ୍‌ ମିଳିବା ପରଠାରୁ ହିଁ ହାର୍ଦ୍ଦିକଙ୍କ ଉପରେ ଖପ୍ପା ଅଛନ୍ତି ଫ୍ୟାନ୍ସ । ହାର୍ଦ୍ଦିକ କ୍ରମାଗତ ଭାବରେ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି । ହାର୍ଦ୍ଦିକ୍‌ ଯେଉଁଆଡେ ଯାଉଛନ୍ତି ତାଙ୍କୁ ପରିହାସ କରିବା ସହ ତାଙ୍କ ବିରୋଧରେ କରାଯାଉଛି ନାରାବାଜୀ । ତେବେ ପାଣ୍ଡ୍ଯାଙ୍କ ଟ୍ରୋଲିଂକୁ ନେଇ କିଛି ଲୋକଙ୍କର କହିବା କଥା ଫ୍ରାଞ୍ଚାଇଜ୍‌ କିଛି କହିବା ଆବଶ୍ୟକ । କିନ୍ତୁ ରବି ଅଶ୍ବିନୀଙ୍କୁ ଏକଥା ଠିକ୍ ଲାଗୁନି । ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ଥାନ ପ୍ଲେୟର୍‌ ରବି ଅଶ୍ବିନୀ । ଅଶ୍ବିନ୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କହିଛନ୍ତି… 'ଏଥିରେ କାହାର କିଛି ବି ଭୂମିକା ନାହିଁ। ଫ୍ରାଞ୍ଚାଇଜ୍ କିମ୍ବା ଖେଳାଳି ଏ ପ୍ରସଙ୍ଗରେ କିଛି କରିପାରିବେନି । ମୋ ମତରେ ଏହାର ପୁରା ଦାୟିତ୍ବ ଫ୍ୟାନ୍ସଙ୍କର । ଆପଣ ଏପରି ଅନ୍ୟ କୌଣସି ଦେଶରେ ହେଉଥିବା ଦେଖିଛନ୍ତି କି ? ଆପଣ ଜୋ ରୁଟ୍ ଏବଂ ଜ୍ୟାକ୍‌ କ୍ରାଉଲିଙ୍କ ଫ୍ୟାନ୍ସ କିମ୍ବା ଅଷ୍ଟ୍ରେଲିଆରେ ଷ୍ଟିଭ୍ ସ୍ମିଥ୍ ଏବଂ ପ୍ୟାଟ୍ କମିନ୍ସଙ୍କ ପ୍ରଶଂସକ ମଧ୍ୟରେ ଝଗଡା ହେବା ଦେଖିଛନ୍ତି କି ? ବୋଧ ହୁଏ ନାଁ, ମୁଁ ଏହା ଅନେକ ଥର କହିଛି। ଏହା ହେଉଛି

ପାଣ୍ଡ୍ୟାଙ୍କ ଟ୍ରୋଲିଂକୁ ନେଇ ଅଶ୍ବିନୀଙ୍କ ବୟାନ୍‌, ଟ୍ରୋଲିଂରେ କିଛି କରିପାରିବନି ଫ୍ରାଞ୍ଚାଇଜ୍‌ !

ନୂଆଦିଲ୍ଲୀ ୦୧।୦୪: ହାର୍ଦ୍ଦିକ୍‌ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍‌ । ତାଙ୍କ ଅଧିନାୟିକତ୍ବରେ ୨ଟି ମ୍ୟାଚ୍‌ ହାରିଛି ଟିମ୍‌ । କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛି ହାର୍ଦ୍ଦିକ୍‌ଙ୍କ ଟ୍ରୋଲିଂ । ମୁମ୍ବାଇ କ୍ୟାପଟେନ୍‌ସିପ୍‌ ମିଳିବା ପରଠାରୁ ହିଁ ହାର୍ଦ୍ଦିକଙ୍କ ଉପରେ ଖପ୍ପା ଅଛନ୍ତି ଫ୍ୟାନ୍ସ । ହାର୍ଦ୍ଦିକ କ୍ରମାଗତ ଭାବରେ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି । 

ହାର୍ଦ୍ଦିକ୍‌ ଯେଉଁଆଡେ ଯାଉଛନ୍ତି ତାଙ୍କୁ ପରିହାସ କରିବା ସହ ତାଙ୍କ ବିରୋଧରେ କରାଯାଉଛି ନାରାବାଜୀ । ତେବେ ପାଣ୍ଡ୍ଯାଙ୍କ ଟ୍ରୋଲିଂକୁ ନେଇ କିଛି ଲୋକଙ୍କର କହିବା କଥା ଫ୍ରାଞ୍ଚାଇଜ୍‌ କିଛି କହିବା ଆବଶ୍ୟକ । କିନ୍ତୁ ରବି ଅଶ୍ବିନୀଙ୍କୁ ଏକଥା ଠିକ୍ ଲାଗୁନି । ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ଥାନ ପ୍ଲେୟର୍‌ ରବି ଅଶ୍ବିନୀ । 

ଅଶ୍ବିନ୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କହିଛନ୍ତି… 'ଏଥିରେ କାହାର କିଛି ବି ଭୂମିକା ନାହିଁ। ଫ୍ରାଞ୍ଚାଇଜ୍ କିମ୍ବା ଖେଳାଳି ଏ ପ୍ରସଙ୍ଗରେ କିଛି କରିପାରିବେନି । ମୋ ମତରେ ଏହାର ପୁରା ଦାୟିତ୍ବ ଫ୍ୟାନ୍ସଙ୍କର । ଆପଣ ଏପରି ଅନ୍ୟ କୌଣସି ଦେଶରେ ହେଉଥିବା ଦେଖିଛନ୍ତି କି ? ଆପଣ ଜୋ ରୁଟ୍ ଏବଂ ଜ୍ୟାକ୍‌ କ୍ରାଉଲିଙ୍କ ଫ୍ୟାନ୍ସ କିମ୍ବା ଅଷ୍ଟ୍ରେଲିଆରେ ଷ୍ଟିଭ୍ ସ୍ମିଥ୍ ଏବଂ ପ୍ୟାଟ୍ କମିନ୍ସଙ୍କ ପ୍ରଶଂସକ ମଧ୍ୟରେ ଝଗଡା ହେବା ଦେଖିଛନ୍ତି କି ? ବୋଧ ହୁଏ ନାଁ, ମୁଁ ଏହା ଅନେକ ଥର କହିଛି। ଏହା ହେଉଛି କ୍ରିକେଟ୍ । ଫ୍ୟାନ୍ସଙ୍କ ମଧ୍ୟରେ ଝଗଡା ଏପରି ଖରାପ ରାସ୍ତାକୁ ଯିବା ଉଚିତ୍ ନୁହେଁ । ସମସ୍ତେ ମନେ ରଖିବା ଉଚିତ୍ ଯେ ଏହି ଖେଳାଳିମାନେ ଆମ ଦେଶ ପାଇଁ ଖେଳନ୍ତି, ତେବେ କ୍ରିକେଟରଙ୍କୁ ଟ୍ରୋଲ କରିବାର ଅର୍ଥ କ’ଣ ?’

ଅଶ୍ବିନ ପୁରୁଣା କ୍ରିକେଟରଙ୍କୁ ଉଦାହରଣକୁ ନେଇ କହିଛନ୍ତି – ‘'ମୁ ବୁଝିପାରୁନି, ଯଦି କେହି ଜଣେ ଖେଳାଳିଙ୍କୁ ପସନ୍ଦ କରୁନାହାନ୍ତି ଏବଂ ତାଙ୍କୁ ଟ୍ରୋଲ କରୁଛନ୍ତି, ତେବେ ଟିମ୍‌ କାହିଁକି ସଫେଇ ଦେବ  ? ପୂର୍ବରୁ ମଧ୍ୟ ଏପରି କିଛି ହୋଇସାରିଛି । ଗାଙ୍ଗୁଲି ସଚିନଙ୍କ ଅଧୀନରେ ଏବଂ ସଚିନ ଗାଙ୍ଗୁଲିଙ୍କ ଅଧୀନରେ ଖେଳିଥିଲେ । ଦୁହେଁ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି । ଏହି ତିନିଜଣ ଅନିଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଖେଳିଥିଲେ । ସେହିପରି ଧୋନି ମଧ୍ୟ ବିରାଟଙ୍କ ଅଧୀନରେ ଖେଳିଥିଲେ। ବିରାଟ ମଧ୍ୟ ରୋହିତଙ୍କ ଅଧିନାୟକତ୍ୱରେ ଖେଳୁଛନ୍ତି । କିନ୍ତୁ କୌଣସି ବି ଖେଳାଳୀ ଅଧିନାୟକ ପଦରୁ ହଟିବା ସମୟରେ ଏପରି ହଙ୍ଗାମା ହୋଇନଥିଲା । ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି ।  

ଅନ୍ୟପଟେ ପାଣ୍ଡ୍ୟାଙ୍କ ଟ୍ରୋଲରଙ୍କୁ ବର୍ତ୍ତମାନ ଟ୍ରୋଲ୍‌ କରିବା ପଡିବ ମହଙ୍ଗା । କାରଣ ସ୍ଥିତିକୁ ନଜରରେ ରଖି ମୁମ୍ବାଇ ଇଣ୍ଡିଆନ୍ସ ନିଜର ସିକ୍ୟୁରିଟି ବଢାଇଛି । ଏପ୍ରିଲ୍‌ ୧ରେ ଓ୍ବାନ୍ଖଡେ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ସହ ମୁହାଁମୁହିଁ ହେବ ମୁମ୍ବାଇ । କୁହାଯାଇଛି କି ଏହି ମ୍ୟାଚ୍‌ରେ ହାର୍ଦ୍ଦିକଙ୍କୁ ଟ୍ରୋଲ୍‌ କରିବାକୁ ଚେଷ୍ଟା କରୁଥିବା ଟ୍ରୋଲରଙ୍କୁ ମ୍ୟାଚ୍‌ ଦେଖିବାକୁ ସ୍ଥାନ ମିଳିବନି । ଏହାବ୍ୟତୀତ ଏଭଳି ଉଦ୍ୟମ କରୁଥିବା ଲୋକଙ୍କୁ MCA ବନ୍ଦୀ କରିବା ସହିତ ମୈଦାନରୁ ବାହର କରିବ । ତେବେ ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଅଫିସିଆଲ୍‌ ସୂଚନା ମିଳିନାହିଁ । ତେଣୁ ଅପେକ୍ଷା ଆଗାମୀ ମ୍ୟାଚ୍‌କୁ…