ସରିଲା ମା ମଝିଘରିଆଣୀ ମନ୍ଦିର ଦାନବାକ୍ସ ଗଣତି, ୯ଟି ଦାନବାକ୍ସରୁ ମିଳିଲା ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା

ରାୟଗଡ଼ା: ଶେଷ ହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନବାକ୍ସ ଗଣତି । ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ  ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ, ରୁପା ୨ କେଜି ୩୦୦ ଗ୍ରାମ ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା ୩ ଟା, ୫୦୦ ଟଙ୍କା ୬ଟା ହସ୍ତଗତ ହୋଇଛି ।ଏହି ଅର୍ଥକୁ ଉତ୍କଳ ଭ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ରାଧାକୃଷ୍ଣ ଦଳେଇ ।ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ରାତ୍ର ୮ ଘଣ୍ଟିକା ପର୍ଯ୍ୟନ୍ତ ଗଣତି କରାଯାଇଥିଲା। ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଂଘଟନର ମହିଳା ଓ ସେଚ୍ଛାସେବୀ ସଦସ୍ୟାଙ୍କୁ  ନିୟୋଜିତ କରାଯାଇଥିଲା ।  ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ  କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ । 

ସରିଲା ମା ମଝିଘରିଆଣୀ ମନ୍ଦିର ଦାନବାକ୍ସ ଗଣତି, ୯ଟି ଦାନବାକ୍ସରୁ ମିଳିଲା ୮୯ ଲକ୍ଷ   ୭୨ ହଜାର ୨୨୫ ଟଙ୍କା

ରାୟଗଡ଼ା: ଶେଷ ହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନବାକ୍ସ ଗଣତି । ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ  ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ, ରୁପା ୨ କେଜି ୩୦୦ ଗ୍ରାମ ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା ୩ ଟା, ୫୦୦ ଟଙ୍କା ୬ଟା ହସ୍ତଗତ ହୋଇଛି ।

ଏହି ଅର୍ଥକୁ ଉତ୍କଳ ଭ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ରାଧାକୃଷ୍ଣ ଦଳେଇ ।

ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ରାତ୍ର ୮ ଘଣ୍ଟିକା ପର୍ଯ୍ୟନ୍ତ ଗଣତି କରାଯାଇଥିଲା। ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଂଘଟନର ମହିଳା ଓ ସେଚ୍ଛାସେବୀ ସଦସ୍ୟାଙ୍କୁ  ନିୟୋଜିତ କରାଯାଇଥିଲା ।  ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ  କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ ।