ପାକିସ୍ତାନରେ ପୁଣିଥରେ ବୋମା ବିସ୍ଫୋରଣ : ୩ମୃତ, ୧୬ ଆହତ
ନୂଆଦିଲ୍ଲୀ ୨୫।୦୮: ପାକିସ୍ତାନରେ ପୁଣିଥରେ ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଘଟିଛି। ଶନିବାର ବଲୁଚିସ୍ତାନର ପିସିନ୍ ଜିଲ୍ଲାରେ ହୋଇଥିବା ବିସ୍ଫୋରଣରେ ଦୁଇ ଶିଶୁ ଏବଂ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ଏହି ଘଟଣା ପିସିନ୍ର ସୁରଖାବ ଚକ୍ ନିକଟ ବଜାରରେ ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।କହିବାକୁ ଗଲେ କିଛି ସମୟ ପାଇଁ ପାକିସ୍ତାନର ଖାଇବର ପାଖ୍ଟତୁନୱା ଏବଂ ବଲୁଚିସ୍ତାନ ପ୍ରଦେଶରେ କ୍ରମାଗତ ଭାବରେ ଏହିପରି ବୋମା ବିସ୍ଫୋରଣ ଘଟୁଛି। ଏହି ବିସ୍ଫୋରଣରେ ପୋଲିସ ସର୍ବାଧିକ ଟାର୍ଗେଟ କରାଯାଉଛି। ପାକିସ୍ତାନରେ ପୋଲିସ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବୋମା ବିସ୍ଫୋରଣ ବୃଦ୍ଧି ପାଇଛି, ବିଶେଷ କରି ତେହେରିକ-ଇ-ତାଲିବାନ ପାକିସ୍ଥାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରି ପୋଲିସ୍ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଆରମ୍ଭ କରିଛି । ବିସ୍ଫୋରଣ ପରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଅଧୀକ୍ଷକଙ୍କ କହିବାନୁସାରେ, ବିସ୍ଫୋରଣରେ ଦୁଇ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ୧୬ ଜଣ ଆହତ ହୋଇଛନ
ନୂଆଦିଲ୍ଲୀ ୨୫।୦୮: ପାକିସ୍ତାନରେ ପୁଣିଥରେ ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଘଟିଛି। ଶନିବାର ବଲୁଚିସ୍ତାନର ପିସିନ୍ ଜିଲ୍ଲାରେ ହୋଇଥିବା ବିସ୍ଫୋରଣରେ ଦୁଇ ଶିଶୁ ଏବଂ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ଏହି ଘଟଣା ପିସିନ୍ର ସୁରଖାବ ଚକ୍ ନିକଟ ବଜାରରେ ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।
କହିବାକୁ ଗଲେ କିଛି ସମୟ ପାଇଁ ପାକିସ୍ତାନର ଖାଇବର ପାଖ୍ଟତୁନୱା ଏବଂ ବଲୁଚିସ୍ତାନ ପ୍ରଦେଶରେ କ୍ରମାଗତ ଭାବରେ ଏହିପରି ବୋମା ବିସ୍ଫୋରଣ ଘଟୁଛି। ଏହି ବିସ୍ଫୋରଣରେ ପୋଲିସ ସର୍ବାଧିକ ଟାର୍ଗେଟ କରାଯାଉଛି। ପାକିସ୍ତାନରେ ପୋଲିସ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବୋମା ବିସ୍ଫୋରଣ ବୃଦ୍ଧି ପାଇଛି, ବିଶେଷ କରି ତେହେରିକ-ଇ-ତାଲିବାନ ପାକିସ୍ଥାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରି ପୋଲିସ୍ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଆରମ୍ଭ କରିଛି ।
ବିସ୍ଫୋରଣ ପରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଅଧୀକ୍ଷକଙ୍କ କହିବାନୁସାରେ, ବିସ୍ଫୋରଣରେ ଦୁଇ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ୧୬ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ୧୩ ଜଣଙ୍କୁ ଚିକିତ୍ସା ପାଇଁ କ୍ୱେଟା ଟ୍ରମା କେନ୍ଦ୍ରକୁ ପଠାଯାଇଥିଲା। ଏହି ଆହତମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ଗୁରୁତର ରହିଛି।