ଦୁଇ ବାଇକ ମୁହାଁମୁହିଁ ଧକ୍କା : ୩ ମୃତ, ୨ ଗୁରୁତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଘାଘରବେଡା ଥାନା ଅନ୍ତର୍ଗତ ଶଙ୍କରପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ୩ଜଣକଙ୍କ ମୃତ୍ୟୁ ହେବା ସହିତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘାଘରବେଡା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଦୁଇ ଜଣ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁର୍ଘଟଣା ସ୍ଥାନରେ ଘାଘରବେଡା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । […]

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୩ ମୃତ, ୨ ଗୁରୁତର
accident

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଘାଘରବେଡା ଥାନା ଅନ୍ତର୍ଗତ ଶଙ୍କରପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ୩ଜଣକଙ୍କ ମୃତ୍ୟୁ ହେବା ସହିତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘାଘରବେଡା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଦୁଇ ଜଣ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁର୍ଘଟଣା ସ୍ଥାନରେ ଘାଘରବେଡା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନଥିଲା ବେଳେ ମୃତକ ମାନେ ହେଲେ ବୁଡାମରାର ରାଜକିଶୋର ମହାକୁଡ ଓ ମୁଟୁ ହୋ ଏବଂ ରାଇକଳାର ଫକୀର ବେହେରା । ଫକୀରଙ୍କ ସହିତ ଥିବା ନିଜ ଗ୍ରାମର ଜିତୁ ବେହେରା ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବୁଡାମରାର ବିକି ହୋ ଆଶୁଚିକିତ୍ସା ପରେ ସୁସ୍ଥଥିବା ଥାନାଧିକାରୀ କହିଛନ୍ତି ।