ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କୋଶଳୀ ବହି ଉପହାର ଦେଲେ ଜଣାଶୁଣା କବି
ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଜଣାଶୁଣା କବି ବିଷ୍ଣୁ ଚରଣ ପ୍ରଧାନ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଭେଟି ‘ସତ୍ କଥା, ସାନ ଭାଇ ଟା କାଇଁ ଯେ ଦେଇ ନେ ପାରେ, ଆର୍ କୋଶଳ ରାଏଜ ଆମର ହକ’ ନାମକ ୩ଖଣ୍ଡ କୋଶଲୀ ପୁସ୍ତକ ଉପହାର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଏ କବିଙ୍କ ସାରସ୍ବତ ସୃଷ୍ଟିକୁ ପ୍ରଶଂସା କରିବା ସହ ପୁସ୍ତକ ଉପହାର ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ […] The post ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କୋଶଳୀ ବହି ଉପହାର ଦେଲେ ଜଣାଶୁଣା କବି appeared first on Dharitri Odia News.
ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଜଣାଶୁଣା କବି ବିଷ୍ଣୁ ଚରଣ ପ୍ରଧାନ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଭେଟି ‘ସତ୍ କଥା, ସାନ ଭାଇ ଟା କାଇଁ ଯେ ଦେଇ ନେ ପାରେ, ଆର୍ କୋଶଳ ରାଏଜ ଆମର ହକ’ ନାମକ ୩ଖଣ୍ଡ କୋଶଲୀ ପୁସ୍ତକ ଉପହାର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଏ କବିଙ୍କ ସାରସ୍ବତ ସୃଷ୍ଟିକୁ ପ୍ରଶଂସା କରିବା ସହ ପୁସ୍ତକ ଉପହାର ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଥିବା ୧୦୨ କବିତା ସନ୍ନିବେଶିତ ବହୁଭାଷୀ କବିତା ପୁସ୍ତକ ‘ଲହର’ର ସଫଳତା ପାଇଁ ଶୁଭେଛା ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମ ଅଞ୍ଚଳର ସାହିତ୍ୟ ଓ ସଂସ୍କୃତି ସମ୍ବଳିତ ପୁସ୍ତକ ପ୍ରଦାନ କରାଯାଇଥିବାରୁ କବି ପ୍ରଧାନଙ୍କୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ସମେତ ବରଗଡ଼ ଜିଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ପ୍ରଶଂସା କରାଯାଇଛି।
The post ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କୋଶଳୀ ବହି ଉପହାର ଦେଲେ ଜଣାଶୁଣା କବି appeared first on Dharitri Odia News.