ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ
ବରଗଡ଼/ଅତାବିରା,୧।୫(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ବୁଧବାର ପୂର୍ବାହ୍ନରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଲୋକସଭା ଏମ୍ପି ପ୍ରଦୀପ ପୁରୋହିତ ଏବଂ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ […] The post ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ appeared first on Dharitri Odia News.
ବରଗଡ଼/ଅତାବିରା,୧।୫(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ବୁଧବାର ପୂର୍ବାହ୍ନରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଲୋକସଭା ଏମ୍ପି ପ୍ରଦୀପ ପୁରୋହିତ ଏବଂ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ନ ହେବା ଏବଂ ଅଧିକ ଫସଲ ଅମଳ ନିମନ୍ତେ ପୂଜାର୍ଚ୍ଚନା ସହିତ ଅଖି ମୁଠି ଅନୁକୂଳ କରିଥିଲେ। ଏହା ସହିତ ଚାଷୀମାନଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ବଦ୍ଧପରିକର, ସେମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ଅତିଥିବୃନ୍ଦ କହିଥିଲେ। ଏହି ଅବସରରେ ବରଗଡ଼ ଜିଲାର ମୋଟ ୧ଲକ୍ଷ ୯୫ହଜାର ୩୭୦ଜଣ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ପିଏମ୍ କିସାନ ସମ୍ମାନ ନିଧି ଟଙ୍କା ଡିବିଟି ମାଧ୍ୟମରେ ଆସିଥିବା ବେଳେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାଷୀଙ୍କୁ ଟ୍ରାକ୍ଟର କିଣିବା, କୃଷି ଉଦ୍ୟୋଗ ଖୋଲିବା ନେଇ ସବସିଡି ଟଙ୍କା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ କୋମ୍ବାଇନ ହାର୍ଭେଷ୍ଟର କ୍ରୟ ନିମନ୍ତେ ଅତାବିରା ବ୍ଲକ ଖରମୁଣ୍ଡାର ଉମାକାନ୍ତ ପ୍ରଧାନ ଓ ଚକୁଳି ଗ୍ରାମର ରିମାଲପୁଡି ଡୁଗାଦେବୀଙ୍କୁ ୩ଲକ୍ଷ, ଟ୍ରାକ୍ଟର କ୍ରୟ ନିମନ୍ତେ ବରଗଡ଼ ବ୍ଲକ ତୋରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ୧ଲକ୍ଷ ୫୦ହଜାର ଏବଂ କଳାପାଣି ଗ୍ରାମର ରାଜୁ ସାହୁଙ୍କୁ ୧ଲକ୍ଷ ୨୦ହଜାର ଟଙ୍କା ସବସିଡି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଲୋକ ପ୍ରତିନିଧି, ଅଞ୍ଚଳର ଚାଷୀ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।
ପଦ୍ମପୁର (ପ୍ରଦୀପ୍ତ ଦାଶ):
ବରଗଡ଼ ଜିଲା ପଦ୍ମପୁର ବ୍ଲକ୍ ଖଲିଆପାଲି ଗ୍ରାମରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାଏକ ଯୋଗଦେଇ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ପଟେଲ, ଅଶୋକ ସାହୁ, ପଞ୍ଚାନନ ସାହୁ, ଲିଙ୍ଗରାଜ ପଧାନ, ରୋହିତ ପଧାନ, ଅମୃତାଲାଲ ସାହୁ, ବିଜୟ ସାହୁ, ପ୍ରଶାନ୍ତ ପଧାନ, ନିରାକାର ସାହୁ, ସୁରେଶ ଚାନ୍ଦ, ମୀନକେତନ ବିଶ୍ୱାଳ କୃଷି ବିଭାଗର ବିଟିଏମ୍ ମିଲୁ ମେହେରଙ୍କ ସମେତ ଚାଷୀ ଓ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
ସୋହେଲା(ଆଶ୍ବିନୀ ପାତ୍ର):
ବରଗଡ଼ ଜିଲା କଂଗ୍ରେସ ଓ କିସାନ କଂଗ୍ରେସ ପକ୍ଷରୁ ସୋହେଲା ମହିମା ଆଶ୍ରମଠାରେ ବୁଧବାର ପୂର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଥିଲା। ଜିଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅଖୀ ମୁଠି ଶୁଭ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ନେତୃମଣ୍ଡଳୀ ହଲ ନଙ୍ଗଳ କରିଥିଲେ। ଉପସ୍ଥିତ ଚାଷୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂହ, ଗୁଣମଣି ସାହୁ, ଅଭିଷେକ ସେଠ, ବ୍ରହ୍ମାନନ୍ଦ ମହାକୁଡ଼, ସତ୍ୟନାରାୟଣ ଦେବତା, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଆନନ୍ଦ ପ୍ରଧାନ, କିଶୋର ସାହୁ, ଅନିଲ ପ୍ରଧାନ, ସୁଶିଲ ଭୋଇ, ମନୋହର ପ୍ରଧାନ, ସୁଶାନ୍ତ ସାହୁ, ସରୋଜ କୁମାର ଭୋଇ, ମାଧବ ସାହୁ, କ୍ଷିରସିନ୍ଧୁ ଡାଙ୍ଗ, ବିବେକାନନ୍ଦ ପ୍ରଧାନ, ବିମଲ ଶିକ୍କା, ସୁରେଶ ମହାନନ୍ଦ, ପପୁ କୁମ୍ଭାର ,ରାଜନ ଦେବତା, ପ୍ରବିନ ରଥ ପ୍ରମୁଖ ଉପସ୍ଥିତ ଥିଲେ।
The post ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ appeared first on Dharitri Odia News.