ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ ବିଭିନ୍ନ ମନ୍ଦିରରେ ସୋମବାର ଯଜ୍ଞ ଓ ପୂଜାର୍ଚ୍ଚନା ଆୟୋଜନ ହୋଇଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୁନରୁଦ୍ଧାର ଓ ରୂପାନ୍ତରଣ ବିଭିନ୍ନ ମନ୍ଦିରରେ ବିଜେଡି ପକ୍ଷରୁ ସୋମବାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଯଜ୍ଞ ଆୟୋଜନ ଓ ପୂଜାର୍ଚ୍ଚନା କରାଯାଇଥିଲା। ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମା’ […] The post ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ ବିଭିନ୍ନ ମନ୍ଦିରରେ ସୋମବାର ଯଜ୍ଞ ଓ ପୂଜାର୍ଚ୍ଚନା ଆୟୋଜନ ହୋଇଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୁନରୁଦ୍ଧାର ଓ ରୂପାନ୍ତରଣ ବିଭିନ୍ନ ମନ୍ଦିରରେ ବିଜେଡି ପକ୍ଷରୁ ସୋମବାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଯଜ୍ଞ ଆୟୋଜନ ଓ ପୂଜାର୍ଚ୍ଚନା କରାଯାଇଥିଲା। ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମା’ କନକଦୁର୍ଗା ମନ୍ଦିର, ନୂଆଗଡ଼ ଶିବ ମନ୍ଦିର ଓ ବଇଁଚବଣିଆ ଗୀତା ମନ୍ଦିର ପରିସରରେ ପୃଥକ୍‌ ଭାବେ ଏହି ପୂଜାର୍ଚ୍ଚନା ଆୟୋଜନ ହୋଇଛି। ସେହିଭଳି ହିଞ୍ଜିଳିକାଟୁ ବ୍ଲକ ଓ ଶେରଗଡ଼ ବ୍ଲକ ର ବିଭିନ୍ନ ଆଧ୍ୟାତ୍ମିକ ପୀଠଗୁଡ଼ିକରେ ପୂଜାର୍ଚ୍ଚନା ସହ ଯଜ୍ଞ ଆୟୋଜନ ହୋଇଛି। ଏଥିରେ ବିଜେଡି ନେତା କର୍ମୀଙ୍କ ସହ ବହୁ ଶ୍ରଦ୍ଧାଳୁ ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରସାଦ ସେବନ ହୋଇଥିଲା। ବିଜେଡି ସୁପ୍ରିମୋ ତଥା ୨୪ ବର୍ଷ ଧରି ଏହି ଅଞ୍ଚଳରୁ ପ୍ରତିନିଧିତ୍ କରି ଆମକୁ କୃତାର୍ଥ କରିଛନ୍ତି ଆଧୁନିକ ଓଡ଼ିଶାର ଉନ୍ନତିର ପ୍ରମୁଖ ବିନ୍ଧାଣୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା ସହ ବିଶ୍ବ ରେକର୍ଡ ସଂଖ୍ୟକ ବିଜୟୀ ପାଇଁ ପୂଜାର୍ଚ୍ଚନା ହୋଇଛି ବୋଲି ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନରେ ପ୍ରଚାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବେ, ରେକର୍ଡ ବିଜୟ ପାଇଁ ଆଜି ହିଞ୍ଜିଳିରେ ଶୁଭ କାମନା ଓ ପୂଜାର୍ଚ୍ଚନା କରାଯାଇଥିଲା ବୋଲି କାଉନସିଲର ବିଭୁପ୍ରସାଦ ପଣ୍ଡା ଓ ଜିଲା ବିଜେଡି
ନେତା ପ୍ୟାରୀମୋହନ ପାଢ଼ୀ କହିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା appeared first on Dharitri Odia News.