କନ୍ଧମାଳରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ (କେନ୍ୟୁଜ) : ଆଉ ୫ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ଲକ୍ଷ୍ମୀ ବସ୍ ଗଡ଼ିଛି। କନ୍ଧମାଳରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି। କନ୍ଧମାଳ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। […] The post କନ୍ଧମାଳରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.

କନ୍ଧମାଳରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ (କେନ୍ୟୁଜ) : ଆଉ ୫ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ଲକ୍ଷ୍ମୀ ବସ୍ ଗଡ଼ିଛି। କନ୍ଧମାଳରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି। କନ୍ଧମାଳ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ଓ କନ୍ଧମାଳ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୮ ହଜାରରୁ ଅଧିକ ପୁରୁଷ ଓ ମହିଳା ଯୋଗଦେଇ ଥିଲେ। ଲକ୍ଷ୍ମୀ ବସ୍ ସେବା ଦ୍ବାରା ବିଶେଷ କରି ମହିଳା ଓ ଛାତ୍ର ଛାତ୍ରୀମାନେ ଉପକୃତ ହେବେ।

The post କନ୍ଧମାଳରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.